ନୂଆଦିଲ୍ଲୀ, ଜାନୁଆରୀ ୦୪ (ଖବର ଓଡ଼ିଶା): ଦିନକ ପରେ କରୋନା ଭାଇରସ ମହାମାରୀ ପୁଣି ଥରେ ଉପରମୁହାଁ ହୋଇଛି। ଗତକାଲି ବିଶ୍ବବ୍ୟାପୀ ୮ ଲକ୍ଷ ୧୭ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୧୧ ଲକ୍ଷ ୮୩ ହଜାର ୭୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪,୦୧୭ ଜଣଙ୍କର ମୃତ୍ୟୁ ହୋଇଛି।
ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୯ କୋଟି ୨୪ ଲକ୍ଷ ୮୩ ହଜାର ୮୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୬୫ ହଜାର ୧୩୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୫୦ ଲକ୍ଷ ୯୮ ହଜାର ୩୦ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୩ କୋଟି ୧୯ ଲକ୍ଷ ୨୦ ହଜାର ୬୯୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୦ ହଜାର ୨୮୯ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୩ ଲକ୍ଷ ୫ ହଜାର ୭୮ ସଂକ୍ରମିତ, ୬ ଲକ୍ଷ ୧୯ ହଜାର ୨୪୫ ମୃତ
ବ୍ରିଟେନ: ୧ କୋଟି ୩୪ ଲକ୍ଷ ୨୨ ହଜାର ୮୧୫ ସଂକ୍ରମିତ, ୧ ଲକ୍ଷ ୪୮ ହଜାର ୮୯୩ ମୃତ
ରୁଷିଆ: ୧ କୋଟି ୫ ଲକ୍ଷ ୫୪ ହଜାର ୩୦୯ ସଂକ୍ରମିତ, ୩ ଲକ୍ଷ ୧୧ ହଜାର ୩୫୩ ମୃତ
ଫ୍ରାନ୍ସ: ୧ କୋଟି ୩ ଲକ୍ଷ ୧୭ ହଜାର ୮୧୯ ସଂକ୍ରମିତ, ୧ ଲକ୍ଷ ୨୪ ହଜାର ୨୧୨ ମୃତ
ତୁର୍କୀ: ୯୫ ଲକ୍ଷ ୯୭ ହଜାର ୬୭୦ ସଂକ୍ରମିତ, ୮୨ ହଜାର ୭୯୫ ମୃତ
ଜର୍ମାନୀ: ୭୨ ଲକ୍ଷ ୩୫ ହଜାର ୧୩୫ ସଂକ୍ରମିତ, ୧ ଲକ୍ଷ ୧୩ ହଜାର ୭୪ ମୃତ
ସ୍ପେନ: ୬୬ ଲକ୍ଷ ୬୭ ହଜାର ୫୧୧ ସଂକ୍ରମିତ, ୮୯ ହଜାର ୫୭୩ ମୃତ
ଇଟାଲି: ୬୩ ଲକ୍ଷ ୯୬ ହଜାର ୧୧୦ ସଂକ୍ରମିତ, ୧ ଲକ୍ଷ ୩୭ ହଜାର ୭୮୬ ମୃତ
ଇରାନ: ୬୧ ଲକ୍ଷ ୯୮ ହଜାର ୫୯୦ ସଂକ୍ରମିତ, ୧ ଲକ୍ଷ ୩୧ ହଜାର ୭୦୨ ମୃତ
Corona report 54.65 lakh corona death in worldwide