ଭୁବନେଶ୍ୱର: ଅଧିକାଂଶ ଲୋକଙ୍କର ସକାଳୁ ଚା ପିଇବାର ଅଭ୍ୟାସ ଥାଏ । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସକାଳୁ ଖାଲି ପେଟରେ ଚା ପିଇବା ଶରୀର ପକ୍ଷେ ଆଦୈା ହିତକାରକ ହୋଇନଥାଏ । ବିଶେଷକରି କ୍ଷୀର କି ଅମୂଲ ଚା ପିଇବା ଆଦୈା ଭଲ ହୋଇନଥାଏ । ଏହା ପରିବର୍ତେ କେହି କେହି ଗ୍ରୀନ ଟି ପିଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଯେ କୈାଣସି ଖାଦ୍ୟପେୟକୁ ଦରକାର ଠାରୁ ଅଧିକ ସେବନ ଆପଣଙ୍କ ଶରୀରକୁ ହାନି ପହଂଚାଇଥାଏ । ସେହିପରି ଯଦି ଆପଣ ଅତ୍ୟଧିକ ଗ୍ରୀନ ଟି ପିଉଛନ୍ତି , ତେବେ ଏହା ଆପଣଙ୍କ ଶରୀରକୁ ଅଧିକ କ୍ଷତି ପହଂଚାଇବାର ସମ୍ଭାବନା ରହିଛି ।
- ଖାଲି ପେଟରେ ସବୁଜ ଚା ପିଇବା ଦ୍ୱାରା ପେଟ ଯନ୍ତ୍ରଣା ହୋଇପାରେ । ବାସ୍ତବରେ, ଗ୍ରୀନ୍ ଟିରେ ପଲିଫେନୋଲ୍ ଥାଏ ଯାହାକି ଟେନିନ୍ ଭାବରେ ଜଣାଯାଏ । ଯାହା ପେଟରେ ଏସିଡ୍ ପରିମାଣ ବଢ଼ାଇଥାଏ । ଯାହା ପେଟରେ ଯନ୍ତ୍ରଣା, ଜଳୁଥିବା ସେନ୍ସେସ୍ କିମ୍ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।
- ଗୋଟିଏ ଦିନରେ 3 ରୁ 4 କପ୍ ଗ୍ରୀନ୍ ଟି ପିଇବା ଉଚିତ୍ । ଅତ୍ୟଧିକ ଗ୍ରୀନ୍ ଟି ଖାଇବା ଦ୍ୱାରା ଯକୃତ ସମସ୍ୟା ହୋଇପାରେ । ରାତିରେ ଶୋଇବା ପୂର୍ବରୁ ଗ୍ରୀନ୍ ଟି ପିଅନ୍ତୁ ନାହିଁ , ଏହା ଶୋଇବାରେ ଅସୁବିଧା ସୃଷ୍ଟି କରିପାରେ ।
- ବିଶେଷଜ୍ଞଙ୍କ ଅନୁଯାୟୀ ଗ୍ରୀନ ଟି'ର ଅଧିକ ସେବନ ଦ୍ବାରା ଶରୀରରେ ଛୋଟ ମୋଟ ପରିବର୍ତ୍ତନ ଆସିପାରେ । ମୁଣ୍ଡବିନ୍ଧା ଏପରି ଏକ ପ୍ରଥମ ସମସ୍ୟା ଅଟେ । ଅଧିକ ଗ୍ରୀନ ଟି' ସେବନ ଦ୍ବାରା ଅନିଦ୍ରା, ଚିଡଚିଡାପଣ ଓ ଚିନ୍ତା ବୃଦ୍ଧି ପାଇବା ଭଳି ସମସ୍ୟା ବୃଦ୍ଧି ପାଇଥାଏ ।
- ଗ୍ରୀନ ଟି'ର ଅତ୍ୟଧିକ ସେବନ ଦ୍ବାରା ଶରୀରରେ କ୍ୟାଲସିୟମ ଅବଶୋଷଣରେ ଅସୁବିଧା ହୋଇଥାଏ । ସେଥିପାଇଁ ବିଶେଷଜ୍ଞମାନେ ଦୁର୍ବଳ ହାଡ ତଥା ଅଷ୍ଟିଓପୋରୋସିସ୍ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଗ୍ରୀନ ଟି' ବର୍ଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
- ଖାଲି ସେତିକି ନୁହେଁ, ଅତ୍ୟଧିକ ଗ୍ରୀନ ଟି ପିଇବା ଦ୍ୱାରା ଅନିଦ୍ରା, ପେଟ ଗ୍ୟାସ, ଭୋକ ନଲାଗିବା, ହୃଦ ସ୍ପନ୍ଦନ ବଢିବା ଭଳି ଲକ୍ଷଣ ଦେଖାଦେଇଥାଏ ।
ଅଧିକ ପଢନ୍ତୁ; ମିଠା ଖାଉଥିଲେ ସାବଧାନ; ହୋଇପାରେ ସ୍ମରଣଶକ୍ତି ହ୍ରାସ !