ଭୁବନେଶ୍ୱର: ମିଠା ଖାଇବାକୁ କାହାକୁ ବା ଭଲ ନଲାଗେ । ପ୍ରୟାତଃ ଅଧିକାଂଶ ଲୋକେ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବିବେଚନା କରିଥାନ୍ତି । ମିଠାର କିଛି ଖାଦ୍ୟ ହେଉ ବା ଚା',କଫି ଲୋକମାନେ ପ୍ରାୟ ସବୁ ଖାଦ୍ୟରେ ଚିନିର ବ୍ୟବହାର କରନ୍ତି । ଅନେକ ଲୋକ ମିଠା ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ବେଳେ ବେଳେ ଏହି ମିଠା ଖାଇବା ଆବଶ୍ୟକତା ଠାରୁ ଅଧିକ ହୋଇଯାଏ । ଯାହା ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତି କାରକ ବୋଲି କୁହାଯାଏ । ଏହାସହ ଏହା ଆମ ସ୍ମରଣ ଶକ୍ତିକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି ।
‘ଅତ୍ୟଧିକ ମିଠା ଓ ସ୍ମରଣ ଶକ୍ତି’ ବିଷୟକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ । ଯେଉଁଥିରୁ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପୁଷ୍ଟିବିଜ୍ଞାନୀମାନେ ଏଭଳି ସତର୍କ ସୂଚନା ଦେଇଛନ୍ତି । ଏହି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ କିଛି ବ୍ୟକ୍ତିଙ୍କୁ ସର୍ଭେ ପରିସରଭୁକ୍ତ କରିଥିଲେ । ସେମାନଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରି ଗୋଟିଏ ଗ୍ରୁପରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ମିଠା ଖାଇବାକୁ ଏବଂ ଅନ୍ୟ ଗ୍ରୁପ ବ୍ୟକ୍ତିମାନଙ୍କୁ ମନଇଚ୍ଛା ମିଠା ଖାଇବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହି ସର୍ଭେରେ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିବା ଲୋକ ମାନଙ୍କ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କ ସ୍ମରଣଶକ୍ତିରେ ତାରତମ୍ୟ ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ: ମଧୁମେହ ହେଲେ ଆଖିରେ କ’ଣ ପରିବର୍ତ୍ତନ ଦେଖାଯାଏ ? ଏହାଠୁ କିପରି ବଞ୍ଚିବା