ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ୨୦ ଟାର୍ଗେଟ୍
Khabar Odisha:state-odisha-We-have-set-20-targets-for-welfare-of-farmers--agriculture-under-5T
ଭୁବନେଶ୍ଵର, ଡିସେମ୍ଵର ୧୯ (ଖବର ଓଡିଶା) :

ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ୨୦ଟି ଟାର୍ଗେଟ୍ କରିଛନ୍ତି। କୃଷି ବିଭାଗ ୫ଟି ଅଧିନକୁ ଆସିବା ପରେ ଟାର୍ଗେଟ୍ ସବୁ ଧାର୍ଯ୍ୟ କରାଯାଇଛି। ୫ ବର୍ଷ ମଧ୍ୟରେ ୭୮ ହଜାର ଚାଷୀଙ୍କ ଆୟ ଦ୍ଵିଗୁଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଜାନୁୟାରୀ ପହିଲା ସୁଦ୍ଧା ମୋବାଇଲ ଆପରେ କୃଷି ବିଭାଗର ସବୁ ଯୋଜନା ଉପଲବ୍ଧ ହେବ। ମୋ ସରକାର ସମ୍ପର୍କିତ କର୍ମଶାଲାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି। 

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ୨୦ଟି ଟାର୍ଗେଟ୍ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି। କୃଷି ବିଭାଗ ୫ଟି ଅଧିନକୁ ଆସିବା ପରେ ଏହି ସବୁ ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍ ୨୦୨୦ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀଙ୍କ ଡାଟା ବେସ୍। କାଳିଆ ଡାଟା ସହ ଖାଦ୍ୟ ସୁରକ୍ଷା, ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା ସମ୍ମିଳିତ ଡାଟା ବେସ୍ ପ୍ରସ୍ତୁତ ହେବ। ଡାଟା ବେସରେ ଭାଗ ଚାଷୀ ଏବଂ ଭୂମିହୀନ ଚାଷୀ ମଧ୍ୟ ସ୍ଥାନିତ ହେବେ। ୫ ବର୍ଷରେ ୭୮ ହଜାର ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ଟାର୍ଗେଟ୍ କରାଯାଇଛି। ଜାନୁୟାରୀ ପହିଲା ସୁଦ୍ଧା ମୋବାଇଲ ଆପରେ କୃଷି ବିଭାଗର ସବୁ ଯୋଜନା ଉପଲବ୍ଧ ହେବ। ମୋ ସରକାର ସମ୍ପର୍କିତ କର୍ମଶାଳାରେ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏତଦ୍ ବ୍ୟତୀତ କର୍ମଶାଳାକୁ ଆସିନଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Subscribe

National International State Sports Entertainment