କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୫୦ ହେକ୍ଟର ଟାଙ୍ଗରା ଭୂଇଁ ହେବ ଚାଷ ଉପଯୋଗୀ
Khabar Odisha:prakash-javadekar-says-50-lakh-hectares-degraded-land-will-be-made-fertile-in-10-years
ନୂଆଦିଲ୍ଲୀ, ଅଗଷ୍ଟ ୨୭ (ଖବର ଓଡ଼ିଶା):

ଦେଶରେ ଥିବା ଏକର ଏକର ଟାଙ୍ଗରା ଭୂମିକୁ ଚାଷ ଉପଯୋଗୀକୁ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୧୦ ବର୍ଷ ମଧ୍ୟରେ ୫୦ ହେକ୍ଟର ଟାଙ୍ଗରା ଜମିକୁ କ୍ଷେତରେ ପରିବର୍ତ୍ତନ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହା ଦ୍ୱାରା ପ୍ରାୟ ୭୫ଚ ଲକ୍ଷ ଲୋକ ରୋଜଗାର କ୍ଷମ ହୋଇପାରିବେ । ଏଥିପାଇଁ ସରକାର ୟୁନାଇଟେଡ୍‌ ନେସନ୍‌ କନ୍‌ଭେନ୍‌ସନ୍‌ ସହ ଚୁକ୍ତି କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ।

ଆସନ୍ତା ସେପ୍ଟେମ୍ବର ୨ରୁ ୧୩ ତାରିଖ ଯାଏଁ ନୂଆଦିଲ୍ଲୀର ଗ୍ରେଟର୍‌ ନୋଏଡ଼ାରେ ସଂଯୁକ୍ତ ରାଷ୍ଟ୍ର ସିସିଡି କୋପ୍‌-୧୪ର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଖରାପ ହୋଇଯାଇଥିବା ଜମିକୁ କିଭଳି ଭାବେ ଚାଷ ଉପଯୋଗୀ କରିହେବ ସେଥିରେ ତମାମ ଆଲୋଚନା କରାଯିବ । ଏଥିରେ ବିଭିନ୍ନ ଦେଶର ବୈଜ୍ଞାନିକମାନେ ନିଜର ମତାମତ ଦେବେ ଏବଂ ପରୀକ୍ଷାର ପ୍ରଦର୍ଶନ ମଧ୍ୟ କରିବେ ବୋଲି ଜାଭେଡ଼କର କହିଛନ୍ତି । କେନ୍ଦ୍ର ସରକାର ନୂଆଦିଲ୍ଲୀ ଘୋଷଣାନାମାରେ ରହିଥିବା ନିୟମ ଏବଂ ଫାଇଦା ଅନୁସାରେ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବେ । ସେପଟେ ଡେରାଡୁନ୍‌ର ଫରେଷ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ସେଣ୍ଟର୍‌ ଅଫ୍‌ ଏକ୍ସିଲେନ୍ସି ତିଆରି ହେବ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ମିଶାଇ ପ୍ରାୟ ୧ କୋଟି ୬୯ ଲକ୍ଷ ୯୬ ହଜାର ହେକ୍ଟର ଟାଙ୍ଗରା ହୋଇ ପଡ଼ି ରହିଥିବା ଲୋକସଭାରେ ସରକାର ଉତ୍ତର ରଖିଛନ୍ତି । ଯାହାକୁ ଚାଷ ଉପଯୋଗୀ କରିବାକୁ ମୋଦୀ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

 

ମନ୍ତ୍ରୀ ସମ୍ମିଳନୀ ବାବଦରେ ସୂଚନା ଦେଇଛନ୍ତି ଯେ ୟୁଏନ୍‌ସିସିଡି ସମ୍ମିଳନୀରେ ୨୦୦ ଦେଶ ଅଂଶ ଗ୍ରହଣ କରୁଛନ୍ତି । ରିୟୋ ଡି ଜେନେରିୟୋ ପରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟ କରାଯିବ । ଆସନ୍ତା ଦୁଇ ବର୍ଷ ପାଇଁ ଭାରତ ୟୁଏନ୍‌ସିସିଡିର ଅଧ୍ୟକ୍ଷ ରହିବ । ସମ୍ମିଳନୀରେ ପ୍ରାୟ ୧୦୦ ଦେଶର ମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ । ସେପ୍ଟମ୍ବର ୯ ରୁ ୧୦ ମଧ୍ୟରେ ସବୁ ଦେଶର ମନ୍ତ୍ରୀମାନେ ଏକାଠି ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରେ ସାମିଲ ହେବେ । ଏହା ସହିତ ଦୁନିଆର ୩ ହଜାର ଅଧିକାରୀ ମଧ୍ୟ ଯୋଗ ଦେବେ । ସମଗ୍ର ବିଶ୍ୱ ଦିଲ୍ଲୀ ଘୋଷଣାନାମାକୁ ଯେପରି ଅନୁକରଣ କରିବେ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜାଭେଡ଼କର କହିଛନ୍ତି । 

  • Tags:

Subscribe

National International State Sports Entertainment