ଆଜିଠାରୁ ଆରମ୍ଭ ହେବ କିଷାନ ପେନ୍‌ସନ୍‌ ଯୋଜନା: ୬୦ ବର୍ଷ ପରେ ଚାଷୀଙ୍କୁ ମିଳିବ ଭତ୍ତା
Khabar Odisha:pm-kishan-pension-scheme-to-start-from-today
ନୂଆଦିଲ୍ଲୀ, ଅଗଷ୍ଟ ୯ (ଖବର ଓଡ଼ିଶା):

ଦେଶର ଅନ୍ନଦାତା ସାଠିଏ ବର୍ଷ ପରେ ଏକ ସମ୍ମାନ ଜନକ ଜୀବନ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି କିଷାନ ପେନ୍‌ସନ୍‌ ଯୋଜନା । ଅର୍ଥାତ ୬୦ ବର୍ଷ ପରେ ଚାଷୀଙ୍କୁ ମାସିକ ତିନି ହଜାର ଟଙ୍କା ଭତ୍ତା ମିଳିବ । ଯାହା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହାର ଉଦଘାଟନ କରିବେ ।

ମୋଦୀ ସରକାର କିଷାନ ପେନ୍‌ସନ୍‌ ଯୋଜନା ଘୋଷଣା କରିଥିଲେ । ଯାହା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର କୃଷି ମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଚାଷୀଙ୍କୁ ୬୦ ବର୍ଷ ହେବା ପରେ ମାସିକ ୩ ହଜାର ଟଙ୍କା ଭତ୍ତା ମିଳିବ । ଯଦି ତାଙ୍କର ଦେହାନ୍ତ ହେଉଛି, ତେବେ ତାଙ୍କର ପତ୍ନୀଙ୍କୁ ୫୦ ପ୍ରତିଶତ ପେନ୍‌ସନ୍‌ ମିଳିବ । କେନ୍ଦ୍ର ସରକାର ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ବ୍ୟୟ ଅଟକଳ କରାଯାଇଛି । ଏଥିପାଇଁ ଏଲ୍‌ଆଇସିକୁ ଦାୟିତ୍ୱ ଦିଆଯାଇଛି । ଚାଷୀମାନଙ୍କୁ ୨୯ ବର୍ଷ ପର୍ଯ୍ୟନ୍ତ ମାସିକ ୧୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ୧୮ ବର୍ଷରୁ ୪୦ ବର୍ଷ ବୟସ ଚାଷୀମାନେ ଏଥିପାଇଁ ଆବେଦନ କରିପାରିବେ । ଏହା ସହିତ ଚାଷୀ ନିଜର ଜମିର ସମସ୍ତ ତଥ୍ୟ ଦେବାକୁ ବାଧ୍ୟତାମୂଳକ ଅଟେ । ଏହା ସହିତ ଆଧାର କାର୍ଡ, ଜନଧନ ଖାତାର ତଥ୍ୟ ଓ ମୋବାଇଲ ନମ୍ବର ମଧ୍ୟ ଦେବାକୁ ପଡ଼ିବ ।

 

ଆଗାମୀ ତିନି ବର୍ଷରେ ୫ କୋଟି ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶରେ ପାଖାପାଖି ୧୪ କୋଟି ଚାଷୀ ରହିଛନ୍ତି । ଏହା ସହିତ ସରକାର ୨୦୨୪ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

  • Tags:

Subscribe

National International State Sports Entertainment