ବର୍ଷା ଅଭାବରୁ ଫସଲ ହାନୀ, ବିଷ ପିଇ ଜୀବନ ହାରିଲେ ଚାଷୀ
Khabar Odisha:farmer-commits-suicide-in-bolangir
ବଲାଙ୍ଗୀର, ଜୁଲାଇ ୧୯ (ଖବର ଓଡ଼ିଶା):

ବଲାଙ୍ଗୀର ସଦର ଥାନା ବରକାନୀ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଫସଲହାନୀ ପାଇଁ ସେ ଜୀବନ ହାରିଥିବା ପରିବାର ଲୋକ କହିଛନ୍ତି । ମୃତ ଚାଷୀ ଜଣକ ହେଲେ ଭକ୍ତବନ୍ଧୁ ଦଣ୍ଡସେନା ।

ଭକ୍ତବନ୍ଧୁ ୪ ଏକର ଜମିରେ ଚାଷ କରିଥିଲେ । କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବରୁ ସମସ୍ତ ଫସଲ ନଷ୍ଟ ହୋଇଯାଇଛି । ଜଳ ସଙ୍କଟ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି । ଫଳରେ ସେ ଗତ କିଛି ଦିନ ହେବ ଚିନ୍ତାରେ ଥିଲେ । ତେବେ ଗତକାଲି ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେ ଫସଲ ହାନି ପାଇଁ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 

  • Tags:

Subscribe

National International State Sports Entertainment