ସର୍ତ୍ତ ନ ରଖିଲେ ଆମେ ଆଲୋଚନା କରିବୁ : ରାକେଶ ଟିକାୟତ୍‌
Khabar Odisha:Farmers-Protest-Updates

ନୂଆଦିଲ୍ଲୀ, ଜାନୁଆରୀ ୩୧ (ଖବର ଓଡ଼ିଶା): କୃଷି ବିଲ୍ କୁ ବିରୋଧ କରି ଜାରି ରହିଥିବା କୃଷକ ଆନ୍ଦୋଳନ ଉଗ୍ର ରୂପ ନେବାରେ ଲାଗିଛି । ସାଧାରଣତନ୍ତ୍ର ଦିବସରେ ପୁରା ବିଶ୍ୱ ସମ୍ମୁଖରେ ଭାରତକୁ ଲଜ୍ଜିତ କରିଥିଲା ଚାଷୀ ଆନ୍ଦୋଳନର ଉଗ୍ର ରୂପ ।

ତେବେ ବାରମ୍ବାର ସରକାରଙ୍କ ସହିତ ଆଲୋଚନା ପରେ ବି ଏହି ଆନ୍ଦୋଳନ ଥମିବାର ନାଁ ଧରୁନି । ଗଣତନ୍ତ୍ର ଦିବସ ହିଂସା ପରେ ଏବେ ପୁଣି ଆଉ ଥରେ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ ଆଲୋଚନା ବିନା ସର୍ତ୍ତରେ ଆମେ ଆଲୋଚନା କରିବାକୁ ରାଜି ବୋଲି ମତ ରଖିଛନ୍ତି ଭାରତ କିଷାନ୍ ୟୁନିଅନ ର ମୁଖ୍ୟ ରାକେଶ ଟିକାୟତ୍।

ଯଦି ଆଲୋଚନା ପୂର୍ବରୁ କେନ୍ଦ୍ର ସରକାର କୌଣସି ସର୍ତ୍ତ ନ ରଖନ୍ତି ଓ ଯଦି ଆନ୍ଦୋଳନ ରତ କୃଷକ ମାନଙ୍କୁ ବିନା ସର୍ତ୍ତରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିମନ୍ତ୍ରଣ କରନ୍ତି ତାହାଲେ କୃଷକ ମାନେ ଆଲୋଚନାରେ ଯୋଗ ଦେବେ ବୋଲି କହିଛନ୍ତି ବିକେୟୁ ମୁଖ୍ୟ ।

ଏଥିସହିତ ସେ କୃଷକ ମାନଙ୍କ ହୀତ ଚାହାନ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦିଅନ୍ତି ବୋଲି ମତ ରଖିଛନ୍ତି ରାକେଶ ଟିକାୟତ୍।

  • Tags:

Subscribe

National International State Sports Entertainment