ତେଜୁଛି କୃଷକ ଆନ୍ଦୋଳନ, ୮ ରେ ଭାରତ ବନ୍ଦ ଡାକରା
Khabar Odisha:8-December-all-India-strike
ନୂଆଦିଲ୍ଲୀ, ଡିସେମ୍ବର 05(ଖବର ଓଡ଼ିଶା):

 କେନ୍ଦ୍ରର ନୂଆ କୃଷି ଆଇନ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଧିରେ ଧିରେ ତେଜିବାରେ ଲାଗିଛି ।  ନିଜ ଦାବୀରେ ଅଟଳ ଥିବା ଚାଷୀ ଜୋରଦାର ଆନ୍ଦୋଳନ କରିବା ସହ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । 

ଗୁରୁବାର ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଚାଲିଥିବା ଚତୁର୍ଥ ପର୍ଯ୍ୟାୟ ବୈଠକରେ କୌଣସି ସମାଧାନର ରାସ୍ତା ବାହାରି ପାରିନଥିଲା । ଚାଷୀମାନେ ଏମଏସପି ଉପରେ ଗ୍ୟାରେଣ୍ଟି ମାଗିବା ସହ ୩ଟି କୃଷି ଆଇନ ପ୍ରତ୍ୟାହର ନେଇ ନିଜ ଦାବିରେ ଅଟଳ ରହିଥିବା ବେଳେ ସରକାର ମଧ୍ୟ ନିଜ ନିଷ୍ପତ୍ତିରୁ ଓହରିବାକୁ ନାରାଜ ।  ଦୀର୍ଘ ୭ ଘଣ୍ଟାର ମନ୍ଥନ ପରେ ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ ସରକାର । ତେବେ ଆଜି ପୁଣି ପଞ୍ଚମ ପର୍ଯ୍ୟାୟ ସମାଧାନ ବୈଠକ ବସିବ ।

  • Tags:

Subscribe

National International State Sports Entertainment