ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ ହିଟ୍ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’କୁ ନେଇ ଥମିବାର ନାଁ ନେଉନି ବିବାଦ । ଏଥିପାଇଁ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କ ପାଇଁ ମଧ୍ୟ ଅଡୁଆ ବଢିବାରେ ଲାଗିଛି ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ୟୁଟ୍ୟୁବ୍ ମଧ୍ୟ ଶୋ ଉପରେ ପ୍ରତିବନ୍ଧକ ଲଗାଇଛି । ଯାହାକୁ ନେଇ ଏବେ ସମୟ ମୁହଁ ଖୋଲିଛନ୍ତି । ବିବାଦ ପରେ ଉକ୍ତ ଶୋ’ର ସମସ୍ତ ଭିଡିଓ, ସେ ତାଙ୍କ ୟୁଟ୍ୟୁବରୁ ହଟାଇଦେଇଛନ୍ତି । ଏନେଇ ନିଜ ଏକ୍ସରେ ଅବଗତ କରାଇ, ଏହା ତାଙ୍କ ନିୟନ୍ତ୍ରଣ ବାହାରେ ବୋଲି ଦର୍ଶାଇଛନ୍ତି ସମୟ ।
ଅଧିକ ପଢନ୍ତୁ:ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ; ଖବର ଶୁଣି ସ୍ତବ୍ଧ ପାଲଟିଗଲା ମା’, ବୁଜିଲେ ଆଖି
ଏକ୍ସରେ ସମୟ ଲେଖିଛନ୍ତି, ଯାହା ବି ସବୁ ଘଟୁଛି, ତାହା ମୋ ନିୟନ୍ତ୍ରଣ ବାହାରେ । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସମସ୍ତ ଭିଡିଓ ମୁଁ ମୋର ଚ୍ୟାନେଲରୁ ହଟାଇ ଦେଇଛି । କେବଳ ଲୋକଙ୍କୁ ହସାଇବା ଏବଂ ତାଙ୍କ ସମୟକୁ ଭଲ କରିବା କେବଳ ମୋ ଉଦ୍ଦେଶ୍ୟ । ଏଥିସହିତ ଏହି ଘଟଣାର ଚୂଡାନ୍ତ ବାହାର କରିବାରେ, ସେ ସମସ୍ତ ଏଜେନ୍ସି ଏବଂ ଅଥରିଟିକୁ ପୂରା ସାହାର୍ଯ୍ୟ କରିବେ ବୋଲି ମଧ୍ୟ ମତ ରଖିଛନ୍ତି । । ସେପଟେ ମୁମ୍ବାଇ ପୁଲିସ ସମୟ ରୈନାଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି ।