ପ୍ୟାରିସରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ମଲାଇକା ଆରୋରା ଏବଂ ଅର୍ଜୁନ କପୁର!
Khabar Odisha:malaika-arora-arjun-kapoor-engagement-in-paris-soon
ଖବର ଓଡିଶା : 21/02/2023:

ଖୁବଶୀଘ୍ର  ବଲିଉଡରେ ବିବାହ କରିବାକୁ ଯାଉଛନ୍ତି ଆଉ ଏକ ଯୋଡି । ଖବର ଅନୁଯାୟୀ ଏହି ଯୋଡି ଖୁବଶୀଘ୍ର ଏଫେଲ୍ ଟାଓ୍ବାର ନିକଟରେ ନିର୍ବନ୍ଧ କରିବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ, ଏହାପରେ ନେବେ ରୀତିନୀତି ଅନୁସାରେ ବାହାହେବେ । ଯେଉଁ ଯୋଡିଙ୍କ ବିଷୟରେ କହୁଛୁ ସେ ଆଉ କେହି ନୁହେଁ ବରଂ ବଲିଉଡର ଚର୍ଚ୍ଚିତ ପ୍ରେମୀ ଯୋଡି ଅର୍ଜୁନ କପୁର ଏବଂ ମଲାଇକା ଆରୋରା। ତେବେ ଏହି ଖବର ଜଣା ପଡିଛି ଏକ ଟୁଇଟରୁ । ଏହି ଟୁଇଟ୍ ମାଧ୍ୟମରେ ନୂଆ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଟ୍ରେଡ୍ ଏକ୍ସପର୍ଟ ଉମେର ସାନ୍ଧୁ । ଯାହା ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଉତ୍ତେଜନା ।

ଉମେର ସାନ୍ଧୁ ନିଜ ସୋସିଆଲ ମିଡିଆରେ ଦମ୍ପତିଙ୍କୁ ନେଇ ଏକ ଟୁଇଟ୍ କରିଛନ୍ତି । ଏହି ଟ୍ୱିଟରେ ଲେଖିଛନ୍ତି - ବ୍ରେକିଙ୍ଗ୍ ନ୍ୟୁଜ୍ ... ଆସନ୍ତା ସପ୍ତାହରେ ପ୍ୟାରିସରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ମଲାଇକା ଆରୋରା ଏବଂ ଅର୍ଜୁନ କପୁର । ଉମେର ଏହି ପୋଷ୍ଟ ସହିତ ମଲାଇକା ଏବଂ ଅର୍ଜୁନଙ୍କ ଏକ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଟୁଇଟ୍ ପରେ ଫ୍ୟାନ୍ସ ବେଶ୍ ଉତ୍ସାହିତ ହୋଇଯାଇଛନ୍ତି  ଏବଂ ଲଗାତର ଦମ୍ପତିଙ୍କୁ ଜଣାଉଛନ୍ତି ଅଭିନନ୍ଦନ । ଏହାରି ମଧ୍ୟରେ ମଲାଇକା ଆରୋରା ଅର୍ଜୁନ କପୁରଙ୍କ ସହ ୨ଟି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋଗୁଡ଼ିକରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଉଭୟ ବେଶ ଖୁସିରେ ହସୁଥିବାର ନଜର ଆସିଛନ୍ତି । ତେବେ ମଲାଇକା ଆରୋରା ଅରବାଜଙ୍କ ପୂର୍ବତନ ପତ୍ନୀ । ଅରବାଜଙ୍କ ସହ ଛାଡପତ୍ର ପରେ ମଲାଇକା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି । 

Subscribe

National International State Sports Entertainment