ମୁମ୍ବାଇ: ବଲିଉଡର ଦିଗ୍ଗଜ ଅଭିନେତା ଗୋବିନ୍ଦା ବୈବାହିକ ଜୀବନରେ ଉଠିଥିବା ଝଡ଼କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଉଛି । ଦୀର୍ଘ ୩୭ର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ଗୋବିନ୍ଦା ତାଙ୍କ ସୁନୀତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏହାରି ମଧ୍ୟରେ ଗୋବିନ୍ଦାଙ୍କ ଓକିଲ ଏବଂ ମ୍ୟାନେଜର ଏହି ଖବରକୁ ବଡ଼ ସୂଚନା ଦେଇଛନ୍ତି । ଯାହାକି ସମସ୍ତଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।
ଗୋବିନ୍ଦାଙ୍କ ଓକିଲ ତଥା ପରିବାରିକ ବନ୍ଧୁ ଲଲିତ ବିଣ୍ଡଲ୍ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଦମ୍ପତ୍ତିଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଛି । ଗତ ୬ ମାସ ପୂର୍ବେ ସୁନୀତା ଏକ କଥାକୁ ନେଇ ଗୋବିନ୍ଦାଙ୍କଠାରୁ ଛାଡ଼ପତ୍ର ନେବାକୁ କହିଥିଲେ । କିନ୍ତୁ ଏବେ ଦମ୍ପତ୍ତିଙ୍କ ମଧ୍ୟରେ ସବୁ ମାମଲା ଠିକ୍ ହୋଇଯାଇଛି । ଦୁଇ ଜଣ ଏବେ ଖୁସିରେ ଅଛନ୍ତି । ନୂଆ ବର୍ଷରେ ଦମ୍ପତ୍ତି ନେପାଳ ବୁଲିବାକୁ ଯାଇଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏମିତି ହୋଇଥାଏ । ତାଙ୍କର ସମ୍ପର୍କ ମଜବୁତ ରହିଛି । ସେମାନେ ସବୁବେଳେ ସାଥି ହୋଇ ରହିବେ ।
ସେହିପରି ଗୋବିନ୍ଦା ଏବଂ ସୁନୀତା ଗୋଟିଏ ଆପାର୍ଟମେଣ୍ଟରେ ଅଲଗା ଅଲଗା ରହୁଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଗୋବିନ୍ଦା ସାଂସଦ ହେବା ପରେ ଅଫିସ କାର୍ୟ୍ୟ ପାଇଁ ଅଲଗା ବଙ୍ଗଳା କିଣି ଥିଲେ । ସେହି ବଙ୍ଗଳା ତାଙ୍କ ପ୍ରଥମ ଘରର ସାମ୍ନାରେ ରହୁଛି । କାରଣ ତାଙ୍କୁ ମିଟିଙ୍ଗ କରିବାକୁ ପଡ଼ୁଛି । କେବେ କେବେ ସେ ସେଠାରେ ରହିଯାଆନ୍ତି । କିନ୍ତୁ ଉଭୟ ସବୁବେଳେ ଏକାଠି ରୁହନ୍ତି ।
ଲଳିତ ଆହୁରି କହିଛନ୍ତି ପୋଡ଼କାଷ୍ଟରେ ସୁନୀତା କିଛି କଥା କହିଛନ୍ତି । ଭିଡ଼ିଓରେ ଅଧା ଅଧୁରା କଥା ଦେଖାଇଛନ୍ତି । ଯେଉଁଥିପାଇଁ ଏଭଲି ଭ୍ରମାତ୍ମକ ଖବର ସାମ୍ନାକୁ ଆସିଛି । ସୁନୀତା ବେଳେବେଳେ କୁହନ୍ତି ଗୋବିନ୍ଦା ଭଳି ସ୍ୱାମୀ ଦରକାର ନାହାଁନ୍ତି କିନ୍ତୁ ସେଇଠି କୁହନ୍ତି ଗୋବିନ୍ଦା ଭଳି ପୁଅ ଦରକାର । କାରଣ ସେ ତାଙ୍କ ମାଆଙ୍କର ସବୁକଥା ଶୁଣନ୍ତି । ସେହିପରି ସେ ଆହୁରି କହିଥିଲେ ଯେ ଗୋବିନ୍ଦା ତାଙ୍କ ଭାଲେଣ୍ଟାଇନ୍ ସହିତ ଅଛନ୍ତି । ଅର୍ଥାତ୍ ସେ ତାଙ୍କ କାମରେ ବ୍ୟସ୍ତ ଅଛନ୍ତି ।
ଅନ୍ୟପକ୍ଷରେ ତାଙ୍କ ମ୍ୟାନେଜର ଶଶି ସିହ୍ନା ମଧ୍ୟ ଏକ ଜାତୀୟ ଗଣମାଧ୍ୟମକୁ ସମାନ କଥା କହିଛନ୍ତି । ସେ କହିଛନ୍ତି ସୁନୀତା ନିକଟରେ ଦେଇଥିବା ସାକ୍ଷାତକାର ବହୁତ କିଛି କହି ଦେଇଛନ୍ତି । ଏ ସବୁ ତାର ଫଳାଫଳ ।