ମୁମ୍ବାଇ: ସାରା ଦେଶରେ ଚାଲିଛି ନବରାତ୍ରୀ ପୂଜା । ସବୁଆଡ଼େ ଜମୁଛି ଦାଣ୍ଡିଆ ଏବଂ ଗର୍ବା ନାଚ । ପିଲାଠୁ ନେଇ ବୃଦ୍ଧା ଗର୍ବା ନାଚରେ ଝୁମୁଛନ୍ତି । ଯେତେବେଳେ ଗର୍ବା କଥା କହୁ ସେତେବେଳେ ଗୋଟିଏ ନାମ ହିଁ ଆଖି ଆଗକୁ ଆସେ । ସେ ହେଉଛନ୍ତି ଗର୍ବା କୁଇନ୍ ଫାଲଗୁନୀ ପାଠକ୍ । ତାଙ୍କ ବିନା ଗର୍ବା ଅଧୁରା ଲାଗେ । ତେବେ ଫାଲଗୁନୀଙ୍କ ଗର୍ବା ପ୍ରୋଗ୍ରାମ ଏବେ ବେଶ ଚର୍ଚ୍ଚାକୁ ଆସିଛି । ରିମ୍ ଝିମ୍ ବର୍ଷା ହେଉଥିଲା କିନ୍ତୁ ଅଟକି ନ ଥିଲା ଫାଲଗୁନୀଙ୍କ ଗୀତ । ଆଉ ଫାଲଗୁନୀଙ୍କ ଗୀତର ତାଳେ ଜମି ଥିଲା ଗର୍ବା ନାଚ । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ମୁମ୍ବାଇରେ ଆୟୋଜିତ ଏକ ନବରାତ୍ରୀର କାର୍ଯ୍ୟକ୍ରମରେ ଫାଲଗୁନୀ ପାଠକ ଗୀତ ଗାଇବାକୁ ଯାଇଥିଲେ । ଏହି ସମୟରେ ଭୀଷଣ ବର୍ଷା ହୋଇଥିଲା । ତଥାପି ସେ ନିଜର ପ୍ରଶଂସକଙ୍କୁ ନିରାଶ ନ କରି ଗୀତ ଗାଇ ଚାଲିଥିଲେ । ଶେଷରେ ଛତା ଧରି ଗୀତ ଗାଇଥିଲେ । ଆଉ ସେଠାରେ ଉପସ୍ଥିତ ଥିବା ଲୋକ ବର୍ଷାରେ ଭିଜି ଭିଜି ଗର୍ବା ଏବଂ ଦାଣ୍ଡିଆ ନାଚି ଥିଲେ । ଯାହାର ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କର ପ୍ରଶଂସକମାନେ ବହୁତ ବାଃ ବାଃ କରୁଛନ୍ତି । ଅନେକ ଲୋକ ତାଙ୍କୁ ପ୍ରଶଂସା କରି କରି ଥକୁ ନାହାଁନ୍ତି ।