ନତାସାଙ୍କ ସହ ସ୍ଵିଜରଲ୍ୟାଣ୍ଡରେ ଛୁଟି ମନାଉଛନ୍ତି ବରୁଣ, ବିରାଟ-ଅନୁଷ୍କା
Khabar Odisha:entertainment-odisha-varun-dhawan-holidaying-in-switzerland-with-natasha-dalal
ନୂଆଦିଲ୍ଲୀ, ଡିସେମ୍ଵର ୩୧ (ଖବର ଓଡିଶା) :

ନୂଆବର୍ଷ ପାଳନ କରିବା ପାଇଁ ବିରାଟ କହଲି ଓ ଅନୁଷ୍କା ଶର୍ମାଙ୍କ ସହ ବରୁଣ ଧୱନ ଓ ତାଙ୍କ ଗର୍ଲଫ୍ରେଣ୍ଡ ନତାସା ଏବେ ସ୍ଵିଜରଲ୍ୟାଣ୍ଡରେ। ଏହି ଦୁଇ ଯୋଡି ଏବେ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିଛନ୍ତି। ଇନଷ୍ଟାଗ୍ରାମରେ ଅପଲୋଡ ହୋଇଥିବା ଏହି ଫଟୋରେ ଦୁଇ ଯୋଡି ଖୁସୀ ଥିବା ଦେଖାଯାଉଛନ୍ତି। ଅନୁଷ୍କା ଏହାକୁ ପୋଷ୍ଟ କରି ଲେଖିଛନ୍ତି ଯେ, ହ୍ୟାଲୋ ଫ୍ରେଣ୍ଡସ୍ ! ବରୁଣ ନତାସା। 

ଆଉ ଏକ ଫଟୋ ବରୁଣ ଧାୱନ ମଧ୍ୟ ସେୟାର କରିଛନ୍ତି। ଏହା ପୂର୍ବରୁ ବରୁଣ ଅଭିନେତ୍ରୀ କରିଶ୍ମା କପୁର ଏବଂ ତାଙ୍କ ସାନ ଭଉଣୀ କରୀନା କପୁର ଖାନଙ୍କ ସହ ସାକ୍ଷାତ କରିଥିଲେ। କରିଶ୍ମା କାପୁର ଏହାକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଥିଲେ ଯେ, ଦେଖ ଆମେ କାହାକୁ ସାକ୍ଷାତ କରିଛୁ ! ବରୁଣ ଧାୱନ। 

ତେବେ ବରୁଣ ଧାୱନ ଖୁବ୍ ଶୀଘ୍ର ତାଙ୍କର ମୋଷ୍ଟ ଆୱେଟେଡ୍ ଫିଲ୍ମ ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡିରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଶ୍ରଦ୍ଧା କାପୁର, ନୋରା ଫତେହୀ ନଜର ଆସିବେ।

Subscribe

National International State Sports Entertainment