ବ୍ରହ୍ମାସ୍ତ୍ରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ନଜର ଆସିବେ ଶାହରୁଖ ଖାନ !
Khabar Odisha:entertainment-bollywood-odisha-shahrukh-khan-will-be-seen-opposite-ranbir-kapoor-and-alia-bhatt-in-brahmastra
ନୂଆଦିଲ୍ଲୀ, ନଭେମ୍ବର ୦୧ (ଖବର ଓଡିଶା) :

ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ବଲିଉଡ ବକ୍ସ ଅଫିସରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ ହୋଇଥାନ୍ତା। ଫିଲ୍ମ ବ୍ରହ୍ମାସ୍ତ୍ର ସଲମାନ ଖାନଙ୍କ ଦବଙ୍ଗ ୩କୁ ଟକ୍କର ଦେବ ବୋଲି କୁହାଯାଉଥିଲା। କିନ୍ତୁ ଫିଲ୍ମ ନିର୍ମାତାମାନେ ରିଲିଜ୍ ତାରିଖକୁ ୨୦୨୦ ଯାଏଁ ଟାଳି ଦେଇଛନ୍ତି। ତେବେ ବ୍ରହ୍ମାସ୍ତ୍ରରେ ବଲିଉଡର ବାଦଶାହା ଶାହାରୁଖ ଖାନ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏଥିରେ ଶାହରୁଖ ଗେଷ୍ଟ ଆପିରିଆନ୍ସ ରୂପରେ ନଜର ଆସିବେ। ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ପିଲ୍ମ ଧମାଲ କରିବ ବୋଲି ଅନୁମାନ କରାଯାଉଛି। 

ତେବେ ଶାହାରୁଖ ଖାନ ଫିଲ୍ମରେ ଧମାଲ କରିବାକୁ ନଜର ଆସିବେ। ସେ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମ ବ୍ରହ୍ମାସ୍ତ୍ରର ଶୁଟିଙ୍ଗ ଆରମ୍ଭ କରିଦେବେ ବୋଲି କୁହାଯାଉଛି। ଶେଷ ଥର ପାଇଁ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ଜିରୋରେ ଅଭିନୟ କରିଥିବା ଶାହାରୁଖ ଆସନ୍ତାକାଲି ନିଜ ଜନ୍ମଦିନ ଅବସରରେ ଏହାର ଘୋଷଣା କରି ପାରନ୍ତି ବୋଲି ଅନୁମାନ କରାଯାଉଛି। 

ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ଅକ୍କିନେନି ନାଗାର୍ଜୁନ, ମୌନୀ ରୟଙ୍କ ଭଳି କଳାକାର ଅଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର ଆଲିଆ ଓ ଅମିତାଭ ଏକ ସହ କାମ କରିବେ। 

Subscribe

National International State Sports Entertainment