ଫିଲ୍ମ ଜଗତରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ
Khabar Odisha:entertainment-bollywood-odisha-amitabh-bachchan-indian-film-industry-cinematic-journey-saat-hindustani
ନୂଆଦିଲ୍ଲୀ, ନଭେମ୍ବର ୦୭ (ଖବର ଓଡିଶା) :

ବଲିଉଡର ମହାନାୟକ ତଥା ବିଗ୍ ବି ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ଅମିତାଭ ବଚ୍ଚନ ଫିଲ୍ମ ଜଗତରେ ଆଜି ୫୦ ବର୍ଷ ପୂରଣ କରିଛନ୍ତି। ଏହି ଅଭିନେତାଙ୍କର ଫିଲ୍ମ ଜଗତରେ ଆଜି ଯାଏଁ ଋତୁୱା ରହିଛି। ତେବେ କଣ ଆପଣ ଜାଣିଛନ୍ତି ଅମିତାଭ ତାଙ୍କର ପ୍ରଥମ ଫିଲ୍ମ ପାଇଁ କେତେ ଅର୍ଥ ନେଇଥିଲେ। 

୧୯୬୯ ନଭେମ୍ବର ୭ରେ ଅମିତାଭ ବଚ୍ଚନଙ୍କର ପ୍ରଥମ ଫିଲ୍ମ ସାତ ହିନ୍ଦୁସ୍ତାନୀ ରିଲିଜ ହୋଇଥିଲା। ସେବେଠାରୁ ଆଜି ଯାଏଁ ଅମିତାଭ ଅଟକିବାର ନାମ ନେଇ ନାହାଁନ୍ତି। ୧୯୬୯ରୁ ଆଜି ଯାଏଁ ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ପାରିଛନ୍ତି। ତେବେ ଷ୍ଟ୍ରଗଲ କରୁଥିବା ଏହି ମହାନାୟକ ତାଙ୍କର ପ୍ରଥମ ଫିଲ୍ମରେ ଅର୍ଥ ଉପରେ ବିଶେଷ ଗୁରୁତ୍ଵ ଦେଇନଥିଲେ। ଏହି ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ ମାତ୍ର ୫ହଜାର ଟଙ୍କା ମିଳିଥିଲା। 

ଫିଲ୍ମ ସାତ ହିନ୍ଦୁସ୍ତାନୀ ଖ୍ଵାଜା ଅହମଦ ଅବାସ ଲେଖିଥିଲେ। ଏହା ନିର୍ମାତା ଓ ନିର୍ଦ୍ଦେଶକ ଆବାସ ମଧ୍ୟ ଥିଲେ। ଏହି ଫିଲ୍ମରେ ଉତ୍ପଳ, ଦତ୍ତ, ମଧୁ, ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମ ବକ୍ସ ଅଫିସରେ କମାଲ କରିପାରି ନଥିଲା କିନ୍ତୁ ଏହା ବଲିଉଡକୁ ଜଣେ ମହାନାୟକ ଦେଇଥିଲା। ତେଣୁ ଫିଲ୍ମ ଇତିହାସରେ ସାତ ହିନ୍ଦୁସ୍ତାନୀ ଇତିହାସରେ ଲିପିବଦ୍ଧ ହେବ। 

ସାତ ହିନ୍ଦୁସ୍ତାନୀ ପରେ ଅମିତାଭ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ। ଯଥା- ଆନନ୍ଦ, ଦିୱାର, ଜଞ୍ଜିର, ପା, ପିକୁ, କୁଲି, ଅଗ୍ନିପଥ, ବାଗବାନ, ସିଲସିଲା, ମୁକନ୍ଦର କା ସିକନ୍ଦର, ସୋଲେ ଆଦି ଫିଲ୍ମରେ ଅମିତାଭଙ୍କ ଅବଦାନ ରହିଛି।

Subscribe

National International State Sports Entertainment