ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର୍ ଡେଭିଡ୍ ୱାର୍ଣ୍ଣର ଭାରତୀୟ ସଂସ୍କୃତିକୁ ବହୁତ ଭଲ ପାଆନ୍ତି । ତାଙ୍କର ବହୁତ ଭିଡ଼ିଅ ଏବଂ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ତେବେ ୱାର୍ଣ୍ଣରଙ୍କ ଝିଅ ମଧ୍ୟ ଭାରତକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ସେ ଏବେ ବଲିଓଡ୍ ଷ୍ଟାର୍ ଅମିର ଖାନଙ୍କ ଫ୍ୟାନ୍ ହୋଇ ଗଲେଣି ।
ୱାର୍ଣ୍ଣରଙ୍କ ଝିଅ ଇସଲା ବାରମ୍ବାର ଅମିର ଖାନଙ୍କର ଏକ ନିର୍ଦ୍ଦିଷ୍ଟ ଗୀତକୁ ଶୁଣୁ ଥିବା ଦେଖିବାକୁ । ଯାହାର ଭିଡ଼ିଓ ୱାର୍ଣ୍ଣର ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଇସଲା ଅମିରଙ୍କର “ବମ୍ ବମ୍ ବୋଲୋ, ମସ୍ତି ମେଁ ଡୋଲେ” ଗୀତକୁ ଟିଭିରେ ଲଗାଇ ଦେଖୁଛନ୍ତି । ୨୦୦୭ରେ ମୁକ୍ତିଲାଭ କରିଥିବା “ତାରେ ଜମୀନ ପର୍” ଫିଲ୍ମର ଏହି ଗୀତ ଅଟେ । ସେତେବେଳେ ଏହି ଗୀତ ବେଶ ଲୋକ ପ୍ରିୟ ହୋଇଥିଲା । ଭାରତରେ ଏବେବି ଛୋଟ ପିଲାମାନେ ଏହି ଗୀତକୁ ଦେଖିଲେ ଖୁସି ହୋଇଯାଆନ୍ତି । ଆଉ ଏବେ ଏହି ଗୀତର ପ୍ରେମରେ ପଡ଼ି ଯାଇଛନ୍ତି ୱାର୍ଣ୍ଣରଙ୍କ ଝିଅ ।
ୱାର୍ଣ୍ଣର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ କରି ପୋଷ୍ଟ କରିଛନ୍ତି । ଆଉ ସେ ଲେଖିଛନ୍ତି, ଇସଲା ଏହାକୁ ବାରମ୍ବାର ଶୁଣୁଛି ଏବଂ ଦେଖୁଛି । ଆପଣ କହି ପାରିବେ କି ଏହ କ’ଣ ? ତାଙ୍କର କିଛି ପ୍ରଶଂସକ ଏହାର ଉତ୍ତର ମଧ୍ୟ ଦେଇଛନ୍ତି ।
ନିକଟରେ ଗଣେଶ ପୂଜା ସମୟରେ ୱାର୍ଣ୍ଣର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ।