ଗିରଫଦାରୀର ଭୟ, ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତା ବାବୁସାନ ଭୁବନେଶ୍ବର,ଜୁଲାଇ ୨୭(ଖବର ଓଡିଶା): Share story: ବଢ଼ିଲା ଗିରଫଦାରୀର ଭୟ । ବାବୁସାନ୍ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିନେତା ବାବୁସାନ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଭୁବନେଶ୍ବର ବିମାନବନ୍ଦରକୁ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ମାମଲା ଆଗକୁ ବଢ଼ିଥିଲା। ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ନାମରେ ଥାନାରେ ଏତଲା ଦେଲା ପରେ ତୃପ୍ତି ମଧ୍ୟ ଭୁବନେଶ୍ବରସ୍ଥିତ ଖାରବେଳ ନଗର ଥାନାରେ ଏତଲା ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ। ତୃପ୍ତିଙ୍କ ଅଭିଯୋଗକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା। ଖବର ଓଡ଼ିଶା, Reporter, 27/07/2022