ମୁମ୍ବାଇ: ଟାଇଗର୍ ସ୍ରାଫଙ୍କ ଅଭିନୀତ ବାଗି-୪ ର ଟିଜର୍ ସୋମବାର ରିଲିଜ୍ ହୋଇଛି । ଯେଉଁଥିରେ ଜୋରଦାର ଆକ୍ସନ ସହିତ କେବଳ ଫାଇଟ୍ ସିନ୍ ଦେଖିବାକୁ ମିଳିଛି । କେହି କେହି ଏହାକୁ ପସନ୍ଦ କରୁଥିବା କେହି ଏହାକୁ ରଣବୀର କପୁରଙ୍କ ଆନିମଲର କପି ବୋଲି କହି ଟ୍ରୋଲ୍ କରିଛନ୍ତି ।
ଗତ କିଛି ବର୍ଷ ହେବ ଟାଇଗରଙ୍କ ଅଭିନୀତ ଫିଲ୍ମ ବକ୍ସରେ ଅଫିସ ଆଶାତୀତ ବ୍ୟବସାୟ କରିପାରୁ ନାହିଁ । ତେବେ ବାଗି-୪ରେ ସେ ପୁଣି ଥରେ କମବ୍ୟାକ୍ କରିବେ ବୋଲି କୁହାଯାଉଛି । ଏଥିରେ ସଞ୍ଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ମାତ୍ର ୧ ମିନିଟ୍ ୪୯ ସେକେଣ୍ଡ ଟିଜରରେ କେବଳ, ମାରପିଟ୍, ରକ୍ତାକ୍ତ ସିନ୍ ଦେଖିବାକୁ ମିଳିଛି । ଟିଜରରେ ଟାଇଗର୍ ସ୍ରଫ୍, ସଞ୍ଜୟ ଦତ୍ତ, ସୋନମ୍ ବାଜବା ଏବଂ ବିଶ୍ୱ ସୁନ୍ଦରୀ ହରନାଜ କୌର ସନ୍ଧୁଙ୍କୁ ଦେଖିବାକୁ ମିଳିଛି ।
ତେବେ ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଏହା ରଣବୀର କାପୁରଙ୍କ ଆନିମଲ୍ ଫିଲ୍ମର ଶସ୍ତା କପି ବୋଲି କହୁଛନ୍ତି । କେହି ଏହାକୁ ଟାଇଗରଙ୍କ ଜବରଦସ୍ତ ଫିଲ୍ମ ହେବ ବୋଲି କହିଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଫିଲ୍ମଟି ପରଦାକୁ ଆସିବାର ରହିଛି ।