କାହିଁକି ଆତ୍ମହତ୍ୟା କଲେ ବରିଷ୍ଠ ଅଭିନେତା ରାଇମୋହନ ପରିଡା? ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ଭୁବନେଶ୍ୱର, ଜୁନ ୨୫(ଖବର ଓଡିଶା): Share story: ପଞ୍ଚଭୂତରେ ଲୀନ ହୋଇଛି ଓଲିଉଡର ବରିଷ୍ଠ ଅଭିନେତା ରାଇମୋହନ ପରିଡା । ଶୋକାକୂଳ ପରିବେଶ ମଧ୍ୟରେ ଶୁକ୍ରବାର ପୁରୀ ସ୍ୱାର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏତେ ଅଭିନେତା ହୋଇକି ବି ରାଇମୋହନ ପରିଡା କାହିଁକି କଲେ ଆତ୍ମହତ୍ୟା । ଏହି ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ତେବେ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛର କାରଣ କଣ । କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ । କେଉଁ ଚାପରେ ଥିଲେ କି ରାଇମୋହନ । ମାନସିକ ଅବସାଦ ଥିଲା ନା ଥିଲା ଆର୍ଥିକ ସମସ୍ୟା । ପାରିବାରି ଅଶାନ୍ତି ଥିଲା କି, ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା କି । ଏହି ପରି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ସବୁ ଯଦି ଠିକ ଠାକ ଥିଲା ତେବେ କାହିଁକି ଆତ୍ମହତ୍ୟା କଲେ ରାଇମୋହନ ପରିଡା । ସେପଟେ ପୋଷ୍ଟମର୍ଟମ ରିପୋର୍ଟ ଏଯାଏଁ ଆସିନାହିଁ । ହେଲେ ପୋଲିସର ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଶୁକ୍ରବାର ଅପରାହ୍ଣରେ ରାଇମୋହନ ପରିଡା ଆତ୍ମହତ୍ୟା କରିଥିବା ଖବର ମିଳିଥିଲା । , , 25/06/2022