ମୁମ୍ବାଇ: ବଲିଉଡର ଖ୍ୟାତାନାମା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ରାଜକୁମାର ହିରାନୀ ଇଣ୍ଡଷ୍ଟ୍ରୀକୁ ଅନେକ ସୁପରହିଟ୍ ଫିଲ୍ମ ଦେଇ ସାରିଛନ୍ତି । ସଞ୍ଜୟ ଦତ୍ତ ଓ ଅରଶଦ ୱାରସିଙ୍କ ସହିତ ମିଶି ସେ ସୁପରହିଟ୍ ଫିଲ୍ମ ମୁନ୍ନା ଭାଇ ଏମବିବିଏସ ନିର୍ମାଣ କରିଥିଲେ । ଏହା ପରେ ସେ ୨୦୦୬ରେ ଏହି ଫିଲ୍ମର ସିକ୍ୱେଲ ଲଗେ ରୋହ ମୁନ୍ନା ଭାଇ ଆସିଥିଲା । ଏହି ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ବହୁତ ଭଲ ପାଇବା ମିଳିଥିଲା । ତେବେଠୁ ଆଜି ପର୍ଯ୍ୟନ୍ତ ୧୮ ବର୍ଷ ବିତି ସାରିଛି, ହେଲେ ଦର୍ଶକଙ୍କୁ ଏହି ଫିଲ୍ମର ପରବର୍ତ୍ତୀ ଭାଗ ମିଳି ପାରିନି । ରାଜକୁମାର ହିରାନୀ ଏକ କାର୍ଯ୍ୟକ୍ରମରେ ମୁନ୍ନା ଭାଇ-୩ ଫିଲ୍ମ କାହିଁକି ନିର୍ମାଣ କରି ପାରି ନାହାନ୍ତି ତାର କାରଣ କହିଛନ୍ତି ।
ଅନଭିଲିଙ୍ଗ ଅଫ ସ୍କ୍ରିନିଂ ଇଭେଣ୍ଟରେ ରାଜକୁମାର ହିରାନୀ କହିଛନ୍ତି, ମୁନ୍ନା ଭାଇଙ୍କ ପାଇଁ ମୋ ପାଖରେ ପାଞ୍ଚସ୍କ୍ରିପ୍ଟ ଅଧୁରା ରହିଛି । ମୁଁ ପ୍ରତି ସ୍କ୍ରିପ୍ଟ ଉପରେ ପାଖାପାଖି ୬ ମାସ ସମୟ ଦେଇଛି । ମାତ୍ର ତା ଆଗକୁ ଆଉ କଥା ବଢିଲାନି । ଏଥିରେ ମୁନ୍ନା ଭାଇ ଏଲଏଲବି, ମୁନ୍ନା ଭାଇ ଚଲ ବସେ, ମୁନ୍ନା ଭାଇ ଚଲେ ଆମେରିକା ଏହି ପରି ସ୍କ୍ରିପ୍ଟ ରହିଛି । ରାଜକୁମାର ହିରାନୀ କହିଛନ୍ତି, ସବୁଠୁ ବଡ ସମସ୍ୟା ହେଉଛି ନୂଆ ଫିଲ୍ମ ଗତ ଫିଲ୍ମ ତୁଳନାରେ ବହୁତ ଭଲ ହେବା ଦରକାର । ଏହା ହିଁ ମୋ ପାଇଁ ବଡ ଚ୍ୟାଲେଞ୍ଜ ।
କଣ ଦର୍ଶକଙ୍କୁ ମୁନ୍ନା ଭାଇର ତୃତୀୟ ଭାଗ ଦେଖିବାକୁ ମିଳିବ ନାହିଁ ? ରାଜକୁମାର ହିରାନୀ ଉତ୍ତରରେ କହିଛନ୍ତି, ଏକ ଉପାୟ ମିଳିଛି, ଯାହା ଉପରେ କିଛି କାମ ହୋଇ ପାରିବ । ବର୍ତ୍ତମାନ ଏହାର ସ୍କ୍ରିପ୍ଟ ଉପରେ କାମ ଚାଲିଛି । ଡଙ୍କି ଓ ଥ୍ରୀ ଇଡିୟଟ୍ସ ପରି ଫିଲ୍ମ ନିର୍ମାଣ କରି ସାରିଥିବା ହିରାନୀ କହିଛନ୍ତି, ମୋ ପାଖରେ ଏକ ୟୁନିଟ ଆଇଡିଆ ରହିଛି । ଏହାକୁ ମୁଁ ପ୍ରୟୋଗ କରିବାକୁ ଚାହୁଁଛି । ତେଣୁ ଫିଲ୍ମ ନିର୍ମାଣରେ ବିଳମ୍ବ ଘଟୁଛି ।