ଚଳିତ ବର୍ଷ 'ପ୍ୟାରିସ୍ ଫେସନ ୱିକ୍'ରେ ନିଜର ଜଲୱା ଦେଖାଇଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଗତ ସେପ୍ଟେମ୍ବର ୨୫ ତାରିଖରୁ ପ୍ୟାରିସ୍ ରେ ପ୍ୟାରିସ୍ ଫ୍ୟାଶନ୍ ୱିକ୍ ଆରମ୍ଭ ହୋଇଛି । ଏବେ ସେଥିରେ ସାମିଲ ହେଲେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୱାଲର୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ରତି ବର୍ଷ 'ଲ’ରିଅଲ୍'ର ଭାରତୀୟ ଆମ୍ବାସାଡ଼ାର ଐଶ୍ୱର୍ଯ୍ୟା ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । ଏହି ଇଭେଣ୍ଟରେ ସେ ଲ’ରିଅଲ୍ ପାଇଁ ରାମ୍ପରେ ନିଜ ଫ୍ୟାନ୍ସଙ୍କ ପାଇଁ ରାମ୍ପ ୱାକ୍ କରିଛନ୍ତି । ସେହି ସମୟର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତ୍ରୀ ଏକ ଗୋଲ୍ଡେନ୍ ରଙ୍ଗର ଗାଉନରେ ପିନ୍ଧି ଥିବାର ଦେଖାଯାଉଛନ୍ତି । ସେଥିରେ ସେ ଜଣେ ପରି ଭଳି ଦେଖା ଯାଉଛନ୍ତି । ରାମ୍ପ ୱାକ୍ ସମୟରେ ଐଶ୍ୱର୍ଯ୍ୟା ତାଙ୍କ ସମସ୍ତ ଫ୍ୟାନ୍ସମାନଙ୍କୁ ମଞ୍ଚରୁ ଫ୍ଲାଇଙ୍ଗ କିସ୍ ମଧ୍ୟ ଦେଇଛନ୍ତି ।
ଏହାସହ ‘ପ୍ୟାରିସ୍ ଫ୍ୟାଶନ ୱିକ୍’ରେ ଐଶ୍ୱର୍ଯ୍ୟାଙ୍କ ତାଙ୍କ ଭାଣିଜୀ ନବ୍ୟା ନବେଲୀ ବି ନିଜର ଜଲୱା ଦେଖାଇଛନ୍ତି । ନବ୍ୟା ସେଠାରେ ଏକ ନାଲି ରଂଗର ୱାନ୍ ପିସ୍ ପିନ୍ଧି ରାମ୍ପ୍ ୱାକ୍ କରିଛନ୍ତି। କେଶ ଖୋଲ ସହ ଖୁବ୍ କମ୍ ମେକ୍ଅପ୍ ଏବଂ ବୋଲ୍ଡ ନାଲି ରଂଗର ଲିପ୍ଷ୍ଟିକ୍ରେ ନବ୍ୟା ବେଶ୍ ଆକର୍ଷଣୀୟ ଦେଖା ଯାଇଥିଲେ। ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ନାତୁଣୀ ପ୍ୟାରିସ୍ର ଫେସନ ୱିକ୍ରେ ଡେବ୍ୟୁ କରିଛନ୍ତି। ତେବେ ସେଠାରେ ତାଙ୍କ ଆତ୍ମବିଶ୍ୱାସ ଦେଖି କେହି ବି କହିବେ ନାହିଁ ଯେ ତାଙ୍କର ଡେବ୍ୟୁ ଥିଲା । ନବ୍ୟାଙ୍କୁ ସମର୍ଥନ କରି ତାଙ୍କ ମାଆ ଶ୍ବେତା ନନ୍ଦା ଓ ଆଈମାଆ ଜୟା ବଚ୍ଚନ ବି ସେଠାରେ ପହଞ୍ଚିଥିଲେ।