ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ରଣବୀରଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍’ ଗୋଟିଏ । ଏହି ଫିଲ୍ମରେ ଅଭିନେତ୍ରୀ ରଶ୍ମିକା ଖୁବ ଶୀଘ୍ର ବଲିଉଡ ଅଭିନେତା ରଣବୀରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ରଣବୀରଙ୍କୁ ଏ ପର୍ଯ୍ୟନ୍ତ ଜଣେ ରୋମାଣ୍ଟିକ୍ ହିରୋ ଭାବେ ଦର୍ଶକ ଦେଖି ଆସୁଥିବା ବେଳେ ଫିଲ୍ମ ‘ଆନିମଲ୍’ରେ ତାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ରଶ୍ମିକା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ନିକଟରେ ଏହି ଫିଲ୍ମର 50 ସେକେଣ୍ଡ ର ଏକ ଟ୍ରିଜର ରିଲିଜ କରାଯାଇଥିଲା । ଏହାକୁ ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବା ପାଇଁ ମିଳିଛି ।
ନିକଟରେ ଫିଲ୍ମରେ ଅଭିନୟ କରୁଥିବା ଦୁଇ ଅଭିନେତା ରଣବୀର ଓ ଅନିଲଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଥିଲା । ଏହାପରେ ଭେଟେରାନ ଅଭିନେତା ଅନିଲ କପୁରଙ୍କ ଫାଷ୍ଟ ଲୁକ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଲୁକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖି ଫ୍ୟାନ୍ମାନଙ୍କ ମଧ୍ୟରେ ଏହି ଫିଲ୍ମ ପ୍ରତି କ୍ରେଜ୍ ବଢିଯାଇଛି । ଫ୍ୟାନ୍ସଙ୍କ ଉତ୍ସାହ ଦେଖି ନିର୍ମାତା ଫିଲ୍ମର ଅଭିନେତାମାନଙ୍କର ଗୋଟିଏ ପରେ ଗୋଟିଏ ଫଟୋ ସୋସିଲ ମିଡିଆରେ ସେୟାର କରିବାକୁ ଲାଗିଛନ୍ତି । ଏଥିରେ ଅଭିନେତ୍ରୀ ଏକ ସିଲ୍କ ଶାଢୀ ପିନ୍ଧି ବହୁତ ସଂସ୍କାରି ଅବତାରରେ ନଜର ଆସିଛନ୍ତି। ରଶ୍ମିକାଙ୍କ ଏହି ଲୁକ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଛି । ଏଥିସହ ରଣବୀର କପୁରଙ୍କ ସହ ରଶ୍ମିକାଙ୍କ ଯୋଡି ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।
ଏହି ସାଉଥ ଅଭିନେତ୍ରୀ ହେଉଛନ୍ତି ଫିଲ୍ମ ଆନିମଲର ମୁଖ୍ୟ ନାୟିକା। ସେ ଏହି ମୁଭିରେ ଗୀତାଞ୍ଜଳି ଭୂମିକାରେ ନଜର ଆସିବେ। ଏହାକୁ ନେଇ ନିକଟରେ ରଶ୍ମିକା ଏକ୍ସ ରେ ନିଜର ଏକ ଝଲକ ଶେୟାର କରିଛନ୍ତି | ସେହି ଫଟୋରେ ରଶ୍ମିକା ନାଲି ଓ ଧଳା ରଙ୍ଗର ଶାଢିରେ ନଜର ଆସିଛନ୍ତି । ଫଟୋ ଟି ଶେୟାର କରି ରଶ୍ମିକା ଲେଖିଛନ୍ତି, ‘ଗୀତାଞ୍ଜଳିଙ୍କୁ ଭେଟ’। ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି କବୀର ସିଂ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା। ଫିଲ୍ମ ‘ଆନିମଲ୍’ରେ ରଣବୀର କପୁର, ଅନିଲ କପୁର ଓ ରଶ୍ମିକା ମନ୍ଦାନାଙ୍କ ସମେତ ତୃପ୍ତି ଡିମ୍ରି ଓ ସୌରଭ ଶୁକ୍ଳାଙ୍କ ଭଳି ଷ୍ଟାର ନଜର ଆସିବେ । ଏହି ଫିଲ୍ମଟି କୁ ଡିସେମ୍ବର ୧ ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଭାଷାରେ ସାରା ଦେଶରେ ରିଲିଜ୍ କରାଯିବ।
ଅଧିକ ପଢ଼ନ୍ତୁ: ଶାହରୁଖଙ୍କର ମଜାଦାର ରିପ୍ଲାଏ