ମୁମ୍ବାଇ : ସାଉଥ ଠାରୁ ନେଇ ହିନ୍ଦି ଚଳଚିତ୍ରରେ ନିଜର ସୁନ୍ଦରତା ଏବଂ ଅଭିନୟରେ ସବୁବେଳେ ଚର୍ଚ୍ଚାରେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ଆଜି ସେ ୩୫ ବର୍ଷରେ ପାଦ ରଖିଛନ୍ତି । ଅଭିନେତ୍ରୀ ଫିଲ୍ମ ଜଗତରେ ବହୁ ହିଟ୍ ମୁଭିରେ ଅଭିନୟ କରିଛନ୍ତି । ତେବେ ଚାଲନ୍ତୁ ସେ ସବୁ ସିନେମା ବିଷୟରେ ଆଲୋଚନା କରିବା।
ବାହୁବଳୀ
୨୦୧୫ରେ ବାହୁବଲି- ଦ ବିଗନିଙ୍ଗ ଏବଂ ୨୦୧୭ରେ ବାହୁବଲୀ - ଦ କନକ୍ଲୁଜନରେ ତମନ୍ନା ଅବନ୍ତିକା ନାମ୍ନୀ ଗୋଟିଏ ଯୋଦ୍ଧାର ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମ ଦ୍ୱାରା ତମନ୍ନା ତାଙ୍କ ସୁନ୍ଦରତା ଏବଂ ତାଙ୍କ ଅଭିନୟ ପାଇଁ ଲୋକଙ୍କ ମନ କିଣି ପାରିଥିଲେ । ଏହି ମୁଭିଟି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା ।
ବବଲି ବାଉଁସର
ତମନ୍ନା ଭାଟ୍ଟିଆ ୨୦୨୨ରେ ଏହି ଚଳଚିତ୍ରରେ ବବଲି ଭୂମିକାରେ ଅଭିନୟ କରିଥିଲେ । ସେଥିରେ ବବଲି ଗୋଟିଏ ଛୋଟିଆ ସହରରୁ ଯାଇ ରାଜଧାନୀ ଦିଲ୍ଲୀର ଗୋଟିଏ ନାଇଟ୍ କ୍ଲବରେ ବାଉଁସରର କାମ କରୁଥିଲା ।
ତେବେ ନିକଟରେ ତମନ୍ନା ଜେଲର ଏବଂ ସ୍ତ୍ରୀ-୨ରେ ଆଇଟମ ଗୀତରେ ଡାନ୍ସ କରିଥିଲେ । ଯାହାକି ଉଭୟ ବକ୍ସ ଅଫିସ ଏବଂ ସୋସିଆଲ ମିଡିଆ ସୁପରହିଟ ହୋଇଥିଲା । ଆଜି ତମନ୍ନା ତାଙ୍କ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳନ କରୁଛନ୍ତି ।