ଆଜିର ଆଧୁନିକ ଯୁଗରେ ଚଳଚ୍ଚିତ୍ରର ବେଶ ଚାହିଦା ବଢ଼ିଯାଇଛି । ଦର୍ଶକଙ୍କ ରୁଚି ମୁତାବକ ଚଳଚ୍ଚିତ୍ର ନିର୍ମାତାମାନେ ଭିନ୍ନ ଭିନ୍ନ ସ୍ୱାଦର ଫିଲ୍ମ ନିର୍ମାଣ କରୁଛନ୍ତି । ଯେଉଁଥିରେ ଅଛି ଆକ୍ସନ୍ସ, ରୋମାନ୍ସ, ନାଚ, ଗୀତର ଭୁରପୁର ମସଲା । ଆଉ ଏଥିରେ ବିଭିନ୍ନ ଜ୍ଞାନ କୌଶଳ ପ୍ରୟୋଗ କରି ତାକୁ ଆହୁରି ଆକର୍ଷଣୀୟ ମଧ୍ୟ କରାଯାଉଛି । ଏଥିରୁ ମୋଟା ଅଙ୍କର ବ୍ୟବସାୟ କରୁଛନ୍ତି ଫିଲ୍ମ ନିର୍ମାତା । ତେବେ ଆସନ୍ତୁ ଜାଣିବା ଏହି ବାଣିଜ୍ୟିକ ସିନେମାର କାହାଣୀ । ପ୍ରଥମେ କେବେ ପରଦାକୁ ଆସିଥିବା କର୍ମସିଆଲ୍ ମୁଭି (ବାଣିଜ୍ୟିକ ସିନେମା) ।
ପାଠକମାନଙ୍କୁ ମନେ ପକାଇ ଦେବାକୁ ଚାହିଁବୁ ଯେ ୨୮ ଡିସେମ୍ବର, ୧୮୯୫ ମସିହାରେ ଦୁନିଆର ପ୍ରଥମ ବାଣିଜ୍ୟିକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ପ୍ୟାରିସର ଗ୍ରାଣ୍ଡ୍ କାଫେରେ ଏହାର ପ୍ରଥମ ସ୍କିନିଂ କରାଯାଇଥିଲା । ଏହାର ଏହାକୁ ନିର୍ମାଣ କରିଥିଲେ ଫ୍ରାନସର ଦୁଇ ଭାଇ ଲୁଇସ୍ ଏବଂ ଅଗଷ୍ଟେ ଲୁମିୟର ।
ଏମାନେ ସିନେମାଟୋଗ୍ରାଫି ନାମରେ ଏକ କ୍ୟାମେରା ପ୍ରୋଜେକ୍ଟ ମଧ୍ୟ ବାହାର କରିଥିଲେ । ୧୮୯୫ ମସିହା ଡିସେମ୍ବର ୨୮ ତାରିଖରେ ଏହି ଦୁଇ ଭାଇ ନିଜର ପ୍ରଥମ ସିନେମାକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ । ପ୍ରଥମ ସ୍କିନିଂରେ ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକମାନଙ୍କୁ ଦେଖାଇଥିଲେ । ରୋମର୍ରାର ଛୋଟ ଛୋଟ ଦୃଶ୍ୟକୁ ଏକ ସିନେମା ଆକାରରେ ଦେଖାଇଥିଲେ । ଲୋକଙ୍କଠାରୁ ଏହାର ଟିକେଟ୍ ମୂଲ୍ୟ ମଧ୍ୟ ନିଆଯାଇଥିଲା ।
୧୮୩୦ ମସିହା ବେଳକୁ ବେଲଜିୟମର ଜୋସେଫ୍ ପ୍ଲେଟୋ ଓ ଅଷ୍ଟ୍ରିୟାର ସାଇମନ ସ୍ଟେମ୍ପଫର୍ ମିଳିତଭାବେ ଫେନାକିଷ୍ଟୋସ୍କୋପ ନାମକ ଏକ ଉପକରଣ ନିର୍ମାଣ କରିଥିଲେ । ଯାହାକୁ ଆଧୁନିକ ମୋସନ୍ ପିକଚରର ଆଗ୍ରଦୁତଭାବେ ବିବେଚନା କରାଯାଏ । ଏହା ଧିରେ ଧିରେ ବିକଶିତ ହେବାକୁ ଲାଗିଲା । ୧୮୯୦ ବେଳକୁ ଥୋମାସେ ଏଡିସନ୍ ଏବଂ ୱିଲିୟମ ଡିସ୍କନ୍ ମିଳିଚ ଭାବେ ମୋସନ ପିକଚର୍ ପାଇଁ ଏକ କ୍ୟାମେରାର ତିଆରି କଲେ । ଯାହାକୁ କେନୋଗ୍ରାଫ ନାମରେ ଜଣାଗଲା । ଏକ ପିପହୋଲ ଭଲି ଏକ ମେସିନରେ ଜଣେ ବ୍ୟକ୍ତି ପିଚକରକୁ ଦେଖି ପାରିବେ । ୧୮୯୪ ମସିହା ବେଳକୁ ଆସିଲା କାଇନେଟୋସ୍କୋପ୍ ।
୧୮୯୫ ମସିହାରେ ଲୁଇସ୍-ଲୁମିୟର ସିନେମାଟୋଗ୍ରାଫ୍ ଦୁନିଆକୁ ଆଣିଥିଲେ । ଯାହାକି ଗୋଟିଏ କ୍ୟାମେର ଏବଂ ଗୋଟିଏ ପ୍ରୋଜେକ୍ଟରର ସାହାଯ୍ୟରେ ଲୋକେ ସିନେମା ଦେଖିଥିଲେ । ଏହା ପରେ ୧୮୯୬ ମସିହାରେ ଲୁମିୟର ନିଜର ଏକ ସିନେମା ହଲ୍ (ଥିଏଟର୍) ଖୋଲିଲେ ।