ପୁଣି ଥରେ ନିଜ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆଣିଦେଇଛନ୍ତି କମେଡି କୁଇନ ଭାରତୀ ସିଂ। ଭାରତୀ ପୁଣି ଥରେ ମା' ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବେବି ବମ୍ପକୁ ଫ୍ଲାଣ୍ଟ କରୁଥିବାର ଦେଖିବାକୁ ମିଳିଛି। ଏଥି ସହିତ ସେହି ଫଟୋରେ ତାଙ୍କ ସ୍ୱାମୀ ହର୍ଷ ଲିବାଚିୟାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏପରିକି ଫଟୋର କ୍ୟାପସନରେ ଲେଖା ଯାଇଛି ଗୋଲା ବଡ ଭାଇ ହେବ ଏବଂ ଆମ ଘରକୁ ଏକ କୁନି ଅତିଥି ଆସିବ।
ତେବେ ଭାରତୀ କରୀନା କପୁରଙ୍କ ଏକ ଶୋ’ “ହ୍ୱାଟ୍ ଓମେନ୍ ୱାଣ୍ଟ” ରେ କହିଥିଲେ ଯେ ମୋର ପୁଅଟିଏ ହେଇସାରିଛି ଏବେ କିନ୍ତୁ ମତେ ଝିଅଟିଏ ଦରକାର। ଯଦି ମୁଁ ପୁଣି ଥରେ ମାଆ ହେବାର ସୋଭାଗ୍ୟ ପାଏ ତେବେ ଭଗବାନଙ୍କ ପାଖରେ ମୋର ଗୁହାରି ମତେ ଝିଅଟିଏ ଦିଅନ୍ତୁ। ଏହା ବ୍ୟତୀତ ସେ ଗତ ମାସ ଗଣେଶ ଚତୁର୍ଥୀରେ ଆରତୀ କରିବା ସମୟରେ କନ୍ୟା ସନ୍ତାନ ପାଇଁ ବାପ୍ପାଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଏହାପରେ ଭାରତୀ ନିଜ ଚାନେଲରେ ଏକ ବ୍ଲଗ କରିଥିଲେ। ଯାହାର ଥମନେଲ୍ ଥିଲା ''ଗୋଲା ବଡ଼ ଭାଇ ହେବାକୁ ଯାଉଛି ''। ଯାହାକୁ ଦେଖିବା ପରେ ଫ୍ୟାନ୍ସ ଖୁବ୍ ଉତ୍ସାହିତ ହୋଇ ପଡ଼ିଥିଲେ। ଆଉ ଶେଷରେ ଭାରତୀ ପୁଣି ଥରେ ମାଆ ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ନିଜ ଫୋଟୋ ସେୟାର କରିଛନ୍ତି।