ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ‘କାନ୍ତରା ଚାପ୍ଟର-୧’। ମୂଳ କନ୍ନଡ଼ ଭାଷାର ଏହି ସିନେମାରେ ରିଷଭ ସେଟ୍ଟୀ ପୁଣି ଥରେ ନିଜ ଅନ୍ଦାଜରେ ପରଦାକୁ ଓହ୍ଲାଇଛନ୍ତି। ପୂର୍ବ ଅପେକ୍ଷା ଏଥର କିନ୍ତୁ ଟିକିଏ ବଡ଼ କାନଭାସରେ ଫିଲ୍ମ ପରଦାକୁ ଆସିଛି । ସବୁଠୁ ବଡ଼ କଥା ହେଉଛି ଏହା ୨୦୨୨ରେ ରିଲିଜ୍ ‘କାନ୍ତରା’ର ପୂର୍ବ କାହାଣୀ ଅଟେ । ସବୁବେଳେ ଫିଲ୍ମରେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ କିନ୍ତୁ ପ୍ରିକ୍ବେଲ୍ ରିଲିଜ ହୋଇଛି । ପୂର୍ବରୁ ହିଁ ଏହାର ଲୁକ୍ସ, ମ୍ୟୁଜିକ୍ ତାସହ ଚରିତ୍ର ଚିତ୍ରଣର ହିଁ ଦିୱାନା ଥିଲେ ଫ୍ୟାନ୍। ତେଣୁ ଏଥର ବି ଫ୍ୟାନ ସେମିତି କିଛି ପାଇବାର ଆଶା ରଖିଛନ୍ତି ।
ଏହି ଚଳଚ୍ଚିତ୍ରରେ ରିଷଭ ସେଟ୍ଟୀ ପୁଣିଥରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ରୁକ୍ମିଣୀ ବସନ୍ତ, ଜୟରାମ ଏବଂ ଗୁଲସନ ଦେବୈୟାଙ୍କ ସହିତ । ନିକଟରେ କିଛି ଦିନ ଆଗରୁ ଟ୍ରେଲରଟି ରିଲିଜ୍ ହୋଇଥିଲା ଏବଂ ଏହାକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ରିଷଭ ଶେଟ୍ଟୀ ଜଣେ ପ୍ରସିଦ୍ଧ କନ୍ନଡ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ। ସେ ତୁଘଲକ (୨୦୧୨) ସହିତ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ଉଲିଦାଭାରୁ କାନ୍ଦାନ୍ତେ (୨୦୧୪) ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ସେ ରିକି (୨୦୧୬) ସହିତ ତାଙ୍କର ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ତାଙ୍କ ନିର୍ଦ୍ଦେଶନା ଫିଲ୍ମ କିରିକ ପାର୍ଟି (୨୦୧୬) ବଡ଼ ହିଟ୍ ହୋଇଥିଲା, ଯାହା ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ଫିଲ୍ମଫେୟାର ପୁରସ୍କାର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ SIIMA ପୁରସ୍କାର ଦେଇଥିଲା ।