ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ ସ୍ଥାନୀୟ ଅରୁଣ ଜେଟ୍ଲି ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି। ଦ୍ବିତୀୟ ଦିନରେ ଶନିବାର ଭାରତ ୫ଟି ୱିକେଟ୍ ହରାଇ ୫୧୮ ରନ୍ରେ ପାଳି ଘୋଷଣା କଲା ପରେ ୱଷ୍ଟେଇଣ୍ଡିଜ୍ ୪ଟି ୱିକେଟ୍ ହରାଇ ୧୪୦ ରନ୍ କରିଥିଲା। ଏଥି ସହିତ ୩୭୮ ରନ୍ରେ ପଛୁଆ ଥିଲା। ତୃତୀୟ ଦିନର ଖେଳ ରବିବାର ଜାରି ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ୱେଷ୍ଟଇଣ୍ତିଜ ଆଉ ୨ଟି ୱିକେଟ୍ ହରାଇଛି। ଏଥି ସହିତ ୱେଷ୍ଟଇଣ୍ଡିଜ ୭ଟି ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଛି ଏବଂ ଭାରତ ତୁଳନାରେ ୩୪୪ ରନ୍ ପଛରେ ପଡ଼ିଛି।
ଆଜି କୁଲଦୀପ ଯାଦବଙ୍କ ଏକ ବଲ୍ ସିଧାସଳଖ ଷ୍ଟମ୍ପ୍ରେ ବାଜିବାରୁ ଶାଇ ହୋପ୍ (୩୬)ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ। କୁଲଦୀପ ତୃତୀୟ ଦିନରେ ଭାରତକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ। ଏହା ଥିଲା କୁଲଦୀପଙ୍କ ଇନିଂସ୍ର ଦ୍ୱିତୀୟ ୱିକେଟ୍। ଏବଂ ୱେଷ୍ଟଇଣ୍ଡିଜ୍ର ପ୍ରଥମ ଇନିଂସ୍ର ପଞ୍ଚମ ୱିକେଟ୍। ତେଭିନ ଇମଲାଚ ୨୧ ରନ୍ ସଂଗ୍ରହ କରି କୁଲଦୀପ ଯାଦବଙ୍କ ଦ୍ବାରା ଏଲବିଡବ୍ଲ୍ୟୁ ହୋଇ ପାଭିଲିଅନକୁ ଫେରିଥିଲେ।
ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ୧୦୦% ଶୁଳ୍କ ଲାଗୁ ପରେ ଚୀନ୍ କ୍ରୋଧିତ