ବକ୍ସଅଫିସରେ ଧମାଲ କରୁଛି "କାନ୍ତାରା ଚାପ୍ଟର-୧"। ସମୟ ଗଡ଼ିବା ସହିତ ବଢ଼ିବାରେ ଲାଗିଛି କାନ୍ତାରାର ଆୟ। ତେବେ ରିଷଭ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "କାନ୍ତାରା ଚାପ୍ଟର-୧" ଦଶହରାରେ ସିନେମା ହଲ୍କୁ ଆସିଛି। ଏହି ଫିଲ୍ମଟି ତୁରନ୍ତ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ଦେଇଛି। ପ୍ରଥମ ଦିନରେ ଦକ୍ଷିଣ ଭାରତୀୟ ଫିଲ୍ମ ଶିଳ୍ପର ଅନ୍ୟ ସମସ୍ତ ବ୍ଲକବଷ୍ଟର ସିନେମାକୁ ପଛରେ ପକାଇ ଦେଇଛି। ଏହା ମାତ୍ର କିଛି ଘଣ୍ଟାରେ ମଧ୍ୟରେ ୨୫.୦୩ କୋଟି ଆୟ କରିଥିଲା।
ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମ ଏପର୍ଯ୍ୟନ୍ତ କେତେ ରୋଜଗାର କରିଛି। ଏହି ବର୍ଷ ମୁକ୍ତିଲାଭ କରିଥିବା କନ୍ନଡ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ଓପନିଂର ରେକର୍ଡ "ଏକ୍କା" ନାମରେ ଥିଲା, ଯାହା ଏହାର ପ୍ରଥମ ଦିନରେ ₹୧.୪୫ କୋଟି ଆୟ କରିଥିଲା। କିନ୍ତୁ "କାନ୍ତାରା ଚାପ୍ଟର-୧" ମୁକ୍ତିଲାଭର କିଛି ଘଣ୍ଟା ମଧ୍ୟରେ ଏହି ଚଳଚ୍ଚିତ୍ରଟି ନମ୍ବର ୱାନ୍ କନ୍ନଡ ଚଳଚ୍ଚିତ୍ର ହୋଇଗଲା। ବର୍ତମାନ ସୁଦ୍ଧା ଏହାର କଲେକ୍ସନ ୬୦ କୋଟିରେ ପହଂଚିଛି। ଏପରିକି ଏବେ ପର୍ଯ୍ୟନ୍ତ ମଧ୍ୟ ସମସ୍ତ ହଲ ହାଉସଫୁଲ ରହୁଛି। ଏହାସହିତ ଦର୍ଶକ ସିନେମାଟିକୁ ଦେଖିବା ସହିତ ଭଲ ଭଲ କମ୍ପିଲିମେଣ୍ଟ ମଧ୍ୟ ଦେଉଛନ୍ତି।
ଅଧିକ ପଢନ୍ତୁ : ସେହି ଷ୍ଟାଇଲ୍, ସେହି ଛାତି ଥରା ଦୃଶ୍ୟ ସହ ପରଦାକୁ ଆସିଲା ‘କାନ୍ତରା ଚାପ୍ଟର-୧’