ମୁମ୍ବାଇ:୨୦୨୫ ମସିହାରେ ବଲିଉଡ ପାଇଁ ଆଶା ଅନୁଯାୟୀ ସଫଳ ହୋଇଛି। ବଡ଼ ଫିଲ୍ମଗୁଡ଼ିକ ବିଶେଷ ସଫଳତା ପାଇ ନଥିଲେ ମଧ୍ୟ, ମୋହିତ ସୁରିଙ୍କ "ସୟାରା" ବକ୍ସ ଅଫସିରେ ତା’ର ଜଲୱା ଦେଖାଇଛି । YRF ଫିଲ୍ମ ପ୍ରଡକ୍ସନ ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ନେଇ ଏକ ଫିଲ୍ମ ରିଲଜ କରିଥିଲେ ଯାହାକୁ କି ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଥିଲେ । ବର୍ତ୍ତମାନ, ଆହାନ ଏକ ପ୍ରମୁଖ ଫିଲ୍ମ ପାଇଛନ୍ତି।
କେବଳ ରୋମାନ୍ସ କାହିଁକି? YRF ଏଥର ଆହାନ ପାଣ୍ଡେଙ୍କୁ ଆକ୍ସନ୍ କ୍ଷେତ୍ରରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଛି। ପ୍ରକୃତରେ, "ସୟାରା"ର ସଫଳତାରୁ ପ୍ରଡକ୍ସନ ହାଉସ ଅନେକ ଲାଭ ପାଇଛି । ଏକ ରିପୋର୍ଟ ଅନୁଯାୟୀ ଆହାନ ପାଣ୍ଡେ ତାଙ୍କର ଦ୍ୱିତୀୟ ପ୍ରୋଜେକ୍ଟ ସାଇନ୍ କରିଛନ୍ତି।
ଆହାନ ପାଣ୍ଡେ ପୁଣି ଥରେ YRF ସହିତ ସହଯୋଗ କରିଛନ୍ତି। ତାଙ୍କର ଆଗାମୀ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଲି ଆବାସ ଜାଫର, ଯିଏ ସଲମାନ ଖାନଙ୍କ ସହ ସୁଲତାନ ଏବଂ ଟାଇଗର ଜିନ୍ଦା ହୈରେ କାମ କରିଥିଲେ। ଜାଫର ଆଦିତ୍ୟ ଚୋପ୍ରାଙ୍କ ସହିତ ଏକ ଆକ୍ସନ ରୋମାନ୍ସ ଫିଲ୍ମ ତିଆରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଜାଫର "ସୁଲତାନ" ଭଳି ଚମତ୍କାର ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି।
ଅଲି ଆବାସ ଜାଫର "ସୟାରା" ଫିଲ୍ମରେ ଆହାନ ପାଣ୍ଡେଙ୍କ ଅଭିନୟ, ବିଶେଷକରି ତାଙ୍କର ଭାବପ୍ରବଣ ଏବଂ ନାଟକୀୟ ଦୃଶ୍ୟ ଦେଖି ପ୍ରଭାବିତ ହୋଇଥିଲେ। "ସୟାରା" ପରେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ କ'ଣ ହେବ ତାହା ଜାଣିବାକୁ ପ୍ରଶଂସକମାନେ ଉତ୍ସୁକ। ସେ ଆହାନଙ୍କ ଅଭିନୟର ଏକ ନୂତନ ଭାଗକୁ ପ୍ରସ୍ତୁତ କରୁଛନ୍ତି ଯାହାକି ଦର୍ଶକ ମାନଙ୍କ ପାଇଁ ଗୋଟିଏ ଆକର୍ଷଣୀୟ ସାବ୍ୟସ୍ତ ହେବ । ରିପୋର୍ଟ ଅନୁସାରେ, ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଯାଇଛି। ସଙ୍ଗୀତ ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଆଦିତ୍ୟ ଚୋପ୍ରା ୨୦୨୬ ପ୍ରାରମ୍ଭରେ ଫିଲ୍ମକୁ ରିଲଜ୍ କରିବାକୁ ଯୋଜନା କରୁଛନ୍ତି।