ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ବିବାଦ ଲାଗି ରହିଛି । ଅଲଗା ଧର୍ମରେ ବିବାହ କରିଥିବାରୁ ତାଙ୍କ ଅନେକ ସମାଲୋଚନାର ଶୀକାର ହେବାକୁ ପଡ଼ୁଛି । ଅଭିନେତ୍ରୀଙ୍କ ବିବାହ ବିବାଦରେ ଏବେ ପଲିଟିକ୍ସ ମଧ୍ୟ ଏଣ୍ଟ୍ରି ମାରିଛି । କବି କୁମାର ବିଶ୍ୱାସଙ୍କ ମନ୍ତବ୍ୟ ପରେ ଏହି ବିବାଦ ଆହୁରି ଘନେଇଛି । ଯାହାକୁ ନେଇ କୁମାର ବିଶ୍ୱାସଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ । ତେବେ ଏବେ ଝିଅକୁ ନେଇ ଚାଲିଥିବା ସମାଲୋଚନାରେ ମୁହଁ ଖୋଲିଛନ୍ତି ଅଭିନେତା ତଥା ରାଜନେତା ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା । ଏହି ମାମଲା ଏବେ ଶେଷ ହୋଇ ସାରିଛି ତେଣୁ ଏହା ଉପରେ କିଛି କହିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶତ୍ରୁଘ୍ନ ।
ଶତ୍ରୁଘ୍ନ ସିହ୍ନା ନିଜ ସୋସିଆଲ ମଡ଼ିଆ ଆକାଉଣ୍ଟରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଯେଉଁଥିରେ ସେ ନିଜର ଝିଅର ନିଷ୍ପତ୍ତି ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଦେଖାଯାଇଛି । ମୋ ଆଖିର ତାରା ସୋନାକ୍ଷୀକୁ ମୁଁ ସବୁବେଳେ ପୂର୍ଣ୍ଣ ସମର୍ଥନ ଏବଂ ଆର୍ଶୀବାଦ ମିଳିବ । ଏହା ସହିତ ସେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ସୁପ୍ରିୟାଙ୍କ ଜବାବ ତାଙ୍କୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି । ସେ ସଠିକ୍ ଏବଂ ପ୍ରଶଂସା ଯୋଗ୍ୟ ଜବାବ ଦେଇଛନ୍ତି ଶତ୍ରୁଘ୍ନ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଅଭିନେତା ମୁକେଶ ଖାନ୍ନା ଏ ବାବଦରେ ଜବାବ ଦେଇଛନ୍ତି ତେବେ ସୋନାକ୍ଷୀ ଏବଂ ମୋ ତରଫରୁ ଏ ମାମଲା ଶେଷ ହୋଇଛି । ଆମକୁ ଆଉ କିଛି କହିବାର ଆବଶ୍ୟକତା ନାହିଁ ।
କ’ଣ କହିଥିଲେ କୁମାର ବିଶ୍ୱାସ ?
ନିକଟରେ କୁମାର ବିଶ୍ୱାସ ତାଙ୍କ ପ୍ରବଚନରେ କହିଥିଲେ ଯେ ନିଜ ପିଲାଙ୍କୁ ରାମାୟଣ ପଢ଼ାନ୍ତୁ ନ ହେଲେ ଆପଣଙ୍କ ଘରର ନାମ ରାମାୟଣ ଥିବ ଏବଂ ଆପଣଙ୍କ ଘରର ଝିଅକୁ ଆଉ କେହି ନେଇ ଯିବ । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ କୁମାର ବିଶ୍ୱାସଙ୍କ ଉପରେ ବର୍ଷିଥିଲେ ।