ଭୁବନେଶ୍ୱର: ହାଇ-ପ୍ରୋଫାଇଲ ବିବାହ ଠାରୁ ଆରମ୍ଭ କରି ସେଲିବ୍ରିଟି ଦମ୍ପତି ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ହରାଇବା ଠାରୁ ଆରମ୍ଭ କରି ଭାରତୀୟ ସିନେମାରେ ସଫଳତା ପର୍ଯ୍ୟନ୍ତ ମୃତ୍ୟୁ ଧମକ ଠାରୁ ଆରମ୍ଭ କରି ସେଲିବ୍ରିଟୀଙ୍କ ସନ୍ତାନ ଜନ୍ମ ହେବା ପର୍ଯ୍ୟନ୍ତ ୨୦୨୪ରେ ମନୋରଞ୍ଜନ ଜଗତରେ ଏକ ବିଶାଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେବେ ଚାଲାନ୍ତୁ ଏସବୁ ବିଷୟରେ ଅଧିକା ଆଲୋଚନା କରିବା ।
ଅନନ୍ତ ଅମ୍ବାନୀ-ରାଧିକା ବିବାହ-
୨୦୨୪ରେ "ୱେଡିଂ ଅଫ୍ ଦି ଇୟର" ଭାବରେ ମୁକେଶ ଅମ୍ବାନୀଙ୍କ ସାନ ପୁଅର ବାହାଘର ବେଶ ଧୁମଧାମରେ ପାଳନ ହୋଇଥିଲା । ଏହି ବାହାଘରର ପ୍ରିୱେଡିଂଙ୍ଗ ସେଲିବ୍ରେସନ ଯେତିକି ଧୁମଧାମରେ ପାଳନ କରାଯାଇଥିଲା ବାହାଘର ମଧ୍ୟ ଅତ୍ୟନ୍ତ ଜାକଯମକରେ ହୋଇଥିଲା । ଏଥିରେ ବଲିଉଡ ସେଲିବ୍ରିଟି ଠାରୁ ଆରମ୍ଭ କରି ହଲିଉଡ ସେଲିବ୍ରିଡି ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ । ତାଙ୍କ ବିବାହ ଜୁଲାଇ ୧୨ ତାରିଖରେ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜୁଲାଇ ୧୩ରେ ଆର୍ଶୀବାଦ ଦେଇଥିଲେ । ଏହାଥିଲା ଏ ବର୍ଷର ସବୁ ବଡ ୱେଡିଂ ।
ସୋନାକ୍ଷୀ ସିହ୍ନା ବିବାହ-
ବି-ଟାଉନ୍ ଦମ୍ପତିମାନଙ୍କ ମଧ୍ୟରୁ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହ ମଧ୍ୟ ଅନେକ ଚର୍ଚ୍ଚାର ବିଷୟ ଥିଲା । ଦୁହେଁ ସାତ ବର୍ଷରୁ ଅଧିକ ସମୟ ଧରି ପରସ୍ପରକୁ ଗୁପ୍ତ ଭାବରେ ଡେଟ କରିଥିଲେ । ଏହି ଦମ୍ପତି ଜୁନ୍ ୨୩ ରେ ମୁମ୍ବାଇର ଏକ ଛୋଟ ସମାରୋହ କରି ବିବାହ ବନ୍ଧନରେ ବନ୍ଧି ହୋଇଥିଲେ। ଯେହେତୁ ସୋନାକ୍ଷୀ ଅନ୍ୟ ଧର୍ମରେ ବିବାହା କରିବାକୁ ଯାଉଥିଲେ ଏହି ବିବାହରେ ତାଙ୍କ ଭାଇ ଲଭ ଏବଂ କୁଶ ଏହାକୁ ବାରଣ କରିଥିଲେ ।
ନାଗାଚୈତନ୍ୟ- ସୋଭିତା ଧୁଲିପାଲାଙ୍କ ବିବାହ-
ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କ ସହ ନାଗାଚୈତନ୍ୟ ଦ୍ୱିତୀୟ ବିବାହ ମଧ୍ୟ ସିନେମା ଜଗତକୁ ହଲଚଲ କରିଦେଇଥିଲା । ଏହି ଲଭ ବାର୍ଡସ ମାନେ ଡିସେମ୍ବରରେ ୪ ତାରିଖରେ ହାତକୁ ଦିହାତ ହୋଇଥିଲେ । ସାମନ୍ଥା ଋତୁପ୍ରଭାଙ୍କ ସହିତ ଛାଡପତ୍ରର ଏକ ବର୍ଷ ପରେ ଅର୍ଥାତ ୨୦୨୨ରେ ପରସ୍ପରଙ୍କ ଭେଟିଥିଲେ ।
ଅଦିତି ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ବିବାହ-
ଅଦିତି ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ତେଲେଙ୍ଗାନାର ଶ୍ରୀରଙ୍ଗପୁରର 400 ବର୍ଷ ପୁରୁଣା ଶ୍ରୀ ରଙ୍ଗନାୟାକସ୍ୱାମୀ ମନ୍ଦିରରେ ଏକ ପାରମ୍ପାରିକ ଦକ୍ଷିଣ ଭାରତୀୟ ଢଙ୍ଗରେ ବିବାହ କରିଥିଲେ । ହେରାମାଣ୍ଡି ୱେବସିରଜରେ ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କ ଦିୱାନା କରିଦେଇଥିଲେ । ଅଭିନେତ୍ରୀ ୨୦୨୧ ମସିହାରେ ତେଲୁଗୁ ଚଳଚ୍ଚିତ୍ର ମହା ସମଦ୍ରାମର ସେଟରେ ସିଦ୍ଧାର୍ଥଙ୍କୁ ଭେଟିଥିଲେ। ଅଦିତି ପୂର୍ବରୁ ଅଭିନେତା ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ସିଦ୍ଧାର୍ଥ ପୂର୍ବରୁ ମେଘନା ନାରାୟଣଙ୍କୁ ବିବାହ କରିଥିଲେ।
ତାପସୀ ପନ୍ନୁଙ୍କ ବିବାହ-
ଅଭିନେତ୍ରୀ ତାପସୀ ପନ୍ନୁ ଦୀର୍ଘ ଦିନର ପ୍ରେମିକ, ଡେନମାର୍କର ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଙ୍କୁ ମାର୍ଚ୍ଚ ୨୩ ରେ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ।
କିର୍ତ୍ତୀ ସୁରେଶ ଏବଂ ଆଣ୍ଟୋନିଙ୍କ ବିବାହ-
ତାମିଲ ଅଭିନେତା କିର୍ତ୍ତୀ ସୁରେଶ ଏବଂ ଆଣ୍ଟୋନି ଥାଟିଲ ୧୫ ବର୍ଷ ଡେଟିଂ ପରେ ଡିସେମ୍ବର ୧୨ରେ ଗୋଆରେ ବିବାହ କରିଥିଲେ। ଉଭୟ ରୀତିନୀତି ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପରମ୍ପରାରେ କରାଯାଇଥିଲା।
ଦମ୍ପତିଙ୍କ ପ୍ରଥମ ସନ୍ତାନ-
ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ସେମାନଙ୍କର ପ୍ରଥମ ସନ୍ତାନ ଦୁଆ ପାଦୁକୋନ ସିଂଙ୍କୁ ବିବାହର ପ୍ରାୟ ଛଅ ବର୍ଷ ପରେ ସେପ୍ଟେମ୍ବର ୮ରେ ସ୍ୱାଗତ କରିଥିଲେ। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବରେ ଯୋଗଦେବା ପାଇଁ ଜାମନଗର ଯିବା ପୂର୍ବରୁ ଫେବୃଆରୀରେ ଦୀପିକା ଗର୍ଭବତୀ ହୋଇଥିଲେ।
ଜିଆଉଦ୍ଦିନ ସିଦ୍ଦିକଙ୍କୁ ହତ୍ୟା-
ପ୍ରଭାବଶାଳୀ ଭାରତୀୟ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ଜିଆଉଦ୍ଦିନ ସିଦ୍ଦିକଙ୍କୁ ୧୨ ଅକ୍ଟୋବର ୨୦୨୪ ରାତିରେ ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା। ଭାରତର ମୁମ୍ବାଇ ସହରର ଏକ ଅଶାନ୍ତ ଅଞ୍ଚଳରେ ତାଙ୍କର ହତ୍ୟା ସମଗ୍ର ଦେଶ ସ୍ତବ୍ଦ ହୋଇଯାଇଥିଲା । 66 ବର୍ଷୀୟ ଏନସିପି ନେତା ମୁସଲିମଙ୍କର ପବିତ୍ର ରମଜାନ ମାସରେ ଆୟୋଜିତ ହୋଇଥିବା ଚମତ୍କାର ଇଫତାର ପାର୍ଟି ପାଇଁ ଜଣାଶୁଣା ଥିଲେ ଯେଉଁଥିରେ ବଲିଉଡର ପ୍ରମୁଖ ତାରକାମାନେ ଯୋଗ ଦେଇଥିଲେ। ୨୦୧୩ ରେ ତାଙ୍କ ଇଫତାର ପାର୍ଟିରେ ସୁପରଷ୍ଟାର ସଲମାନ ଖାନ ଏବଂ ଶାହାରୁଖ ଖାନ ଆଲିଙ୍ଗନ କରି ବହୁ ଚର୍ଚ୍ଚିତ ମତଭେଦକୁ ସମାପ୍ତ କରିଥିଲେ।
ସଲମାନଙ୍କ ଧମକ-
ସଲମାନ ଖାନ ଦୁଇ ସପ୍ତାହ ମଧ୍ୟରେ ବିଷ୍ଣୋଇ ଗ୍ୟାଙ୍ଗରୁ ତିନିଟି ମୃତ୍ୟୁ ଧମକ ପାଇଥିଲେ ଏବଂ ପୃଥକ ଭାବରେ ୨ କୋଟି ଏବଂ ୫ କୋଟି ଟଙ୍କା ମାଗିଥିଲେ। ବଲିଉଡ ଅଭିନେତାଙ୍କୁ ମୃତ୍ୟୁ ଧମକ ଦିଆଯାଉଛି ଏବଂ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ଟାର୍ଗେଟ କରିଛି। ଏପ୍ରିଲରେ, ଗ୍ୟାଙ୍ଗର ସଦସ୍ୟମାନେ ବାନ୍ଦ୍ରା ସ୍ଥିତ ଅଭିନେତାଙ୍କ ଘର ବାହାରେ ଗୁଳି ଚଳାଇ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାର କାରଣ ହୋଇଥିଲେ।
କିଙ୍ଗ୍ ଖାନଙ୍କୁ ଧମକ-
ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଅଭିନେତାଙ୍କୁ 50 ଲକ୍ଷ ଟଙ୍କା ମାଗିଥିବା ଧମକପୂର୍ଣ୍ଣ କଲ ପାଇବା ପରେ ସେ ମଧ୍ୟ ସମାନ ପରିସ୍ଥିତିରେ ପଡ଼ିଥିଲେ। କଲ୍ କରୁଥିବା ବ୍ୟକ୍ତି ନିଜକୁ “ହିନ୍ଦୁସ୍ତାନୀ” ବୋଲି ପରିଚୟ ଦେଇଥିଲେ ଏବଂ ଯଦି ତାଙ୍କର ଦାବି ପୂରଣ ନହୁଏ ତେବେ ଖାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ପରେ ପୋଲିସ ଏହି ନମ୍ବରକୁ ଛତିଶଗଡର ରାୟପୁରର ଓକିଲ ଫେଜାନ ଜାନ ଖାନ ବୋଲି ଜଣାପଡିଥିଲା । ପରେ ସେ କହିଥିଲେ ଯେ ତାଙ୍କ ଫୋନ ଚୋରି ହୋଇଯାଇଛି ବୋଲି ।
ଏ.ଆର୍ ରେହେମାନଙ୍କ ବିବାଦ-
ବିଶ୍ୱ ବ୍ୟାପୀ ପ୍ରଶଂସକଙ୍କୁ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଥିଲା । ଏ.ଆର୍ ରେହେମାନଙ୍କ ପତ୍ନୀ ସାଇରା ବାନୁ ବିବାହର 29 ବର୍ଷ ପରେ ସେମାନଙ୍କ ପୃଥକତା ଘୋଷଣା କରିଥିଲେ । ବାନୁ ତାଙ୍କ ନିଷ୍ପତ୍ତି ପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ ।
ଧନୁଷ- ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର-
ଅଭିନେତା ଧନୁଷ ଏବଂ ଚଳଚ୍ଚିତ୍ର ନିର୍ମାତା ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ଶେଷରେ ଏକ ପରିବାର କୋର୍ଟ ଛାଡପତ୍ର ପ୍ରଦାନ କରିଥିଲେ। ଚଳଚ୍ଚିତ୍ର ନିର୍ଦ୍ଦେଶକ କସ୍ତୁରୀରାଜାଙ୍କ ପୁଅ ଧନୁଷ ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ନଭେମ୍ବର ୧୮, ୨୦୦୪ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ରହିଛି |
ରତନ ଟାଟାଙ୍କ ଦେହାନ୍ତ-
ଟାଟା ଗ୍ରୁପ୍ ର ପୂର୍ବତନ ଚେୟାରମ୍ୟାନ୍ ରତନ ନାଭାଲ୍ ଟାଟାଙ୍କର ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ ।, ଟାଟା ୧୯୯୧ -୨୦୦୨ରୁ ଦୁଇ ଦଶନ୍ଧି ଧରି ଟାଟା ଗୋଷ୍ଠୀର ନେତୃତ୍ୱ ନେଇଥିଲେ ।
ରସିଦ ଖାନଙ୍କ ଦେହାନ୍ତ-
ମ୍ୟୁଜିକର ଉସ୍ତାଦ୍ ରସିଦ ଖାନଙ୍କ 55 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ସେ ତାଙ୍କ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟୀକି, ଜୁଗାଲବାନ୍ଦୀ ଏବଂ ଖାୟଲ ଏବଂ ଥୁମ୍ରି ପରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ପ୍ରସିଦ୍ଧ ଥିଲେ। ସେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ।
ରାମୋଜି ରାଓ ଦେହାନ୍ତ-
ଜଣାଶୁଣା ବ୍ୟବସାୟୀ ତଥା ରାମୋଜି ଗ୍ରୁପ୍ ର ପ୍ରତିଷ୍ଠାତା ରାମୋଜି ରାଓଙ୍କର ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଭାରତର ମିଡିଆ ଏବଂ ମନୋରଞ୍ଜନ ଦୃଶ୍ୟକୁ ପୁନଃ ବ୍ୟାଖ୍ୟା କରିବା ପାଇଁ ଜଣାଶୁଣା ଥିଲେ । ସେ ରାମୋଜି ରାଓ ଫିଲ୍ମସିଟି ଏବଂ ଇଟିଭି ନ୍ୟୁଜ୍ ଚ୍ୟାନେଲ ପ୍ରତିଷ୍ଠା କରିଥିଲେ |
ଜାକିର ହୁସେନଙ୍କ ଦେହାନ୍ତ-
୧୬ ଡିସେମ୍ବରରେ ତାବଲା ବାଦକ ଜାକିର ହୁସେନ ସାରା ଭାରତ ହରାଇଥିଲା । ପରିବାରର ସୂଚନା ଅନୁଯାୟୀ, ୭୩ ବର୍ଷୀୟ କିମ୍ବଦନ୍ତୀ ତବଲା ବାଦକ ଇଡିଓପାଥିକ ଫୁସଫୁସ ଫାଇବ୍ରୋସିସ୍ ରୋଗରେ ପୀଡିତ ଥିବା ବେଳେ ଜଟିଳତା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା । କୁହାଯାଉଛି ଯେ ତାଙ୍କୁ ଗତ ଦୁଇ ସପ୍ତାହ ଧରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ଉସ୍ତାଦ । ତାଙ୍କ ଦେହାନ୍ତରେ ମ୍ୟୁଜିକ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା ।