ଭୁବନେଶ୍ୱର, ଜୁନ ୨୭(ଖବର ଓଡିଶା):
ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା ମାମଲାକୁ ବଢୁଛି ସସପେନ୍ସ । ଦିନ ଯେତିକି ଗଡୁଛି ରହସ୍ୟ ସେତିକି ବଢିବାରେ ଲାଗିଛି । ମୃତ୍ୟୁକୁ ୩ ଦିନ ବିତିଯାଇଥିଲେ ବି ରହସ୍ୟ ଉପରୁ ପରଦା ଉଠାଇ ପାରିନି ପୋଲିସ ।
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବି ସତ ଉପରୁ ପରଦା ଉଠିବ ବୋଲି ପୋଲିସ କହୁଛି । ଏହାସହିତ ରାଇମୋହନଙ୍କ ପରିବାର ଲୋକ ଅର୍ଥାତ ପତ୍ନୀ, ୨ ଝିଅ, ଜ୍ୱାଇଁ, ପୁତୁରା ଓ ଡ୍ରାଇଭରଙ୍କୁ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି ପୋଲିସ ।
ସେପଟେ ଯଦି ରାଇମୋହନ ଆତ୍ମହତ୍ୟା କଲେ ତେବେ ଏହାର କାରଣ କଣ ଥିଲା । ପାରିବାରିକ ସମସ୍ୟା ଥିଲା କି । ଯଦି ବି ତାଙ୍କୁ ହତ୍ୟା କରାଯାଇଛି ତେବେ କିଏ ଓ କାହିଁକି ହତ୍ୟା କଲା । ଏପରି ଅନେକ ଅସାହିତ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି ।
ସୂଚନା ଅନୁସାରେ, ରାଇମୋହନ ପରିଡାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ଆସିବ । ସେହପରି ମୋବାଇଲ ଯାଞ୍ଚ କରିବା ପରେ କଲ ଡିଟେଲସରୁ କିଛି ତଥ୍ୟ ପୋଲିସକୁ ସୁରାକ ମିଳିପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି ।