ଆସିଲା ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ରାଧେ”ର ଟ୍ରେଲର, ଆଗାମି ଇଦ୍‌ରେ ହେବ ରିଲିଜ
Khabar Odisha:Radhe-Your-Most-Wanted-Bhai-trailer-Salman-Khans-Eid-offering-takes-us-back-to-Wanted-and-Dabangg

ମୁମ୍ବାଇ,୨୨ଏପ୍ରିଲ(ଖବର ଓଡିଶା); ରିଲିଜ ହୋଇଛି ସଲମାନ ଖାନଙ୍କର ବହୁ ପ୍ରତିକ୍ଷିତ ଫିଲ୍ମ “ରାଧେ”ର ଟ୍ରେଲର । ଇଦ ଉପଲକ୍ଷେ ତାଙ୍କର ଫ୍ୟନ ମାନେ ଯାହା ତାଙ୍କଠାରୁ ଆଶା କରିଥିଲେ ତାହା ପୁରଣ ହେବ ଲାଗୁଛି । କାରଣ ସଲମାନଙ୍କର ଏହି ଫିଲ୍ମରେ ତାଙ୍କର ପୁର୍ବ ହିଟ ଫିଲ୍ମ ମୋଷ୍ଟୱାଣ୍ଟେଡ ଏବଂ ଦବଙ୍ଗର ଝଲକ ଦେଖିବାକୁ ପାଇବେ ଦର୍ଶକ, ଏହା ସହିତ ଏହି ଫିଲ୍ମିଟି ବର୍ତମାନର ଯୁବ ଗିଷ୍ଠିଙ୍କୁ ମଧ୍ୟ ପସନ୍ଦ ଆସିପାରେ ।

ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ପ୍ରଭୁ ଦେବା ଦେଇଥିଲା ବେଳେ ଏଥିରେ ଅଭିନୟ କରିଛନ୍ତି ସୁନ୍ଦରୀ ଦିଶା ପାଟିନି, ରଣଦିପ ହୁଡା, ଜ୍ୟାକି ଶ୍ରଫ୍ ଏବଂ ମେଘା ଆକାଶ । ସଲମାନ ଏଥିରେ ଜଣେ ଛଦ୍ମବେଶୀ ପୋଲିସ ଭାବରେ ଅଭୀନୟ କରୁଛନ୍ତ ।

ଏହି ଚଳଚ୍ଚିତ୍ରରେ ସଲମାନ ନିଜ ଶୈଳୀରେ କାମ କରୁଥିବା ଜଣେ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି । କାରଣ ସେ ଜଣେ ଏନକାଉଣ୍ଟର ସ୍ପେସାଲିଷ୍ଟ ଯିଏ ମୃତ୍ୟୁ ହିଁ କହାକୁ ନ୍ୟାୟ ଦେଇ ପାରିବ ବୋଲି ଭାବେ । ଏହି ଫିଲ୍ମରେ ଦର୍ଶକେ ପୁର୍ବ ହିଟ ଫିଲ୍ମ ମୋଷ୍ଟୱାଣ୍ଟେଡ ଏବଂ ଦବଙ୍ଗ ଫିଲ୍ମର କିଛି ଡଉଏଲଗ ସହିତ ପୁଣି ସେ ଫିଲ୍ମ ମାନଙ୍କର କିଛି ଝଲକ ମଧ୍ୟ ଦେଖିବାକୁ ପାଇବେ । 

ତେବେ ଏଥିରେ ଦର୍ଶକ ବହତ ଗୁଡିଏ ଆକ୍ସନ ସିନ ସହିତ ମନଛୁଆଁ ଡଏଲଗ ମଧ୍ୟ ଦେଖିବାକୁ ପାଇବା ସହିତ ଫିଲ୍ମର ହିରୋଇନ ସୁନ୍ଦରୀ ଦିଶା ପଟନୀ ଏବଂ ଏକ ଛୋଟିଆ ମୁହୁର୍ତ ପାଇଁ ଜ୍ୟକଲିନ ଫର୍ଣ୍ଣାଡିଜଙ୍କ ସହିତ ସଲମାନ ଡ୍ୟନ୍ସ କରୁଥିବାର ମଧ୍ୟ ନଜର ଆସିବେ ।

  • Tags:

Subscribe

National International State Sports Entertainment