ଅହମଦାବାଦ, ଜୁଲାଇ ୦୯ (ଖବର ଓଡ଼ିଶା): ସାମାଜିକ ଗଣମାଧ୍ୟମରେ ବିବାଦୀୟ ଫଟୋ ସେୟାର କରିବା ମାମଲାରେ ଅଭିଯୁକ୍ତ ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଅବିନାଶଙ୍କ ଗିରଫତାରୀକୁ ନେଇ ଗୁଜରାଟ କ୍ରାଇମବ୍ରାଞ୍ଚର ଟିମ୍ ମହାରାଷ୍ଟ୍ରର ମୁମ୍ବାଇ ପାଇଁ ଗସ୍ତ କରିଛନ୍ତି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କ ବିରୋଧରେ ଅହମଦାବାଦ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଛି । ଅବିନାଶ ଦାସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ଝାଡ଼ଖଣ୍ଡ କ୍ୟାଡରର ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କ ଏକ ବିବାଦୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅବିନାଶଙ୍କ ବିରୋଧରେ ଜାତୀୟ ପତାକାକୁ ଅପମାନ କରିଥିବା ମାମଲା ମଧ୍ୟ ରୁଜୁ ହୋଇଛି ।
ଅବିନାଶ ଦାସ ଏହି ମାମଲାରେ ସେସନ କୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ । ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କୁ କୋର୍ଟ ଅଗ୍ରୀମ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । ଗୁଜରାଟ ହାଇକୋର୍ଟରେ ଅବିନାଶଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ଏହା ପରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡିଛି ।