କେବେ ନିଜ ମନ୍ତବ୍ୟ ପାଇଁ ତ ପୁଣି କେବେ ତାଙ୍କ ନିଜ କାମ ପାଇଁ ବିବାଦରେ ଫସିଥାନ୍ତି ବଲିଉଡ ଅଭିନେତା ନାନା ପାଟେକର । ଖୁବ ଜଲଦି ପରଦାରେ ରିଲିଜ ହେବାକୁ ଯାଉଛି ନାନା ପାଟେକରଙ୍କର ଅଭିନୀତ ଫିଲ୍ମ ‘ଜର୍ନୀ’ । ଫିଲ୍ମର ସୁଟିଂ କରୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ଫଟୋ ଉଠେଇବାକୁ ଅନୁରୋଧ କରିଥିଲେ । ହେଲେ ସେଲଫି ନେବାକୁ ଆସିଥିବା ଜଣେ ପ୍ରଶଂସକଙ୍କୁ ନାନା ପାଟେକର ଜୋରଦାର ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳୁଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନାନା ପାଟେକର ରାଗିଯାଇ ତାଙ୍କୁ ଏକ ଜୋରଦାର ଚାପୁଡ଼ା ମାରିଥିଲେ ଏହାପରେ ତାଙ୍କୁ ସେଠାରୁ ବାହାର କରି ଦେଇଥିଲେ । ଏହି ଘଟଣାକୁ ନେଇ ଅଭିନେତା ନାନା ପାଟେକରଙ୍କ ପ୍ରଶଂସକ ନିରାଶ ହୋଇଯାଇଛନ୍ତି। ଏବଂ ସୋସିଆଲ ମିଡିଆରେ ତାଙ୍କୁ ନେଇ ସମାଲୋଚନା କରୁଛନ୍ତି ।