ଲଭ୍‌ୟାତ୍ରୀ ଅଭିନେତ୍ରୀ ୱାରିନା ହୁସେନ୍ ସୋସିଆଲ ମିଡିଆ କୁ ବାଏ ବାଏ
Khabar Odisha:Loveyatri-actor-Warina-Hussain-announces-departure-from-social-media

ଏପ୍ରିଲ୨୪(ଖବର ଓଡିଶା); ଅଭିନେତ୍ରୀ ୱାରିନା ହୁସେନ୍ ସିସିଆଲ ମିଡିଆରୁ ନିଜକୁ ଦୁରେଇ ରଖିବା ଖବର ଆଜି ତାଙ୍କର ଫ୍ୟାନ୍ ମାନଙ୍କୁ ଜଣାଇଛନ୍ତି । ୱାରିନା ୨୦୧୮ ରେ ଲଭ୍‌ୟାତ୍ରି ଫିଲ୍ମ ଜରିଆରେ ବଲିଉଡରେ ପାଦ ଦେଇଥିଲେ । ଯାହାକୁ ବଲିଉଡର ଭାଇଜାନ ସଲମାନ ଖାନ୍ ପ୍ରଡୁସ୍ କରିଥିଲା ବେଳେ ଏଥିରେ ସଲମାନଙ୍କର ଭିଣୋଇ ଆୟୁଶ ଶର୍ମଙ୍କୁ ତାଙ୍କ ଅପୋଜିଟରେ ଅଭିନୟ କରିଥିଲେ । ଯାହା ନିତିନ ଭଟ୍ଟ ନିର୍ଦେଶନାରେ ନିର୍ମାଣ ହୋଇଥିଲା । 

ଏହା ପରେ ସେ ଦବଙ୍ଗ-୩ ରେ ସଲମାନଙ୍କ ସହିତ “ମୁନ୍ନା ବଦନାମ୍ ହୁଆ” ଗିତରେ ନାଚିବାର ମଧ୍ୟ ଦର୍ଶକଙ୍କୁ ନଜର ଆସିଥିଲେ । 


ୱାରିନା ହୁସେନ୍ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ତାଙ୍କର ଫ୍ୟାନ୍ ମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି । ତେବେ ତାଙ୍କର ଟିମ୍ ତାଙ୍କର ଆଉଣ୍ଟ ସମ୍ଭାଳିବା ସହିତ ତାଙ୍କର ଆଗାମି କାର୍ଯ୍ୟ ବିଷୟରେ ସୂଚନା ଦେବ ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment