ନିକଟରେ ବଲିଉଡର ବାଦଶାହ ଶାହରୁଖ ଖାନ ଏବେ ତାଙ୍କ ଚଳଚ୍ଚିତ୍ର ‘ଯବାନ’ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ବର୍ଷ ତାଙ୍କର ଦୁଇଟି ଚଳଚ୍ଚିତ୍ର ସୁପର-ଡୁପର ହିଟ୍ ବୋଲି ପ୍ରମାଣିତ ହୋଇଛି। ଫିଲ୍ମ ଭଲ ବ୍ୟବସାୟ କରିବା ପରେ ଶାହରୁଖ ନିଜ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଯୋଡି ହେଉଥିବା ଦେଖିବାକୁ ମିଳିଛି। ପ୍ରଶଂସକଙ୍କର ପ୍ରତିକ୍ରିୟା ଜାଣିବା ପାଇଁ ଶାହରୁଖ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ ରେ #ଆସ୍କଏସଆରକେ ସେସନ ରଖିଥିଲେ । ଯେଉଁଠାରେ କି ପ୍ରଶଂସକମାନେ ତାଙ୍କ ମନରେ ଥିବା ପ୍ରତ୍ୟେକ ପ୍ରଶ୍ନକୁ ସେଠାରେ ପୋଷ୍ଟ ମାଧ୍ୟମରେ ପଚାରି ପାରିବେ । ସେହି ସମୟରେ ଶାହରୁଖ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାକୁ ଆସିଛନ୍ତି।
#ଆସ୍କଏସଆରକେ ସେସନ ସମୟରେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ‘ବିରାଟ କୋହଲିଙ୍କ ବିଷୟରେ କିଛି କୁହ। କାରଣ ପ୍ରତିଦିନ ଆମେ ପ୍ରଶଂସକଙ୍କ ମଧ୍ୟରେ ଝଗଡା ଦେଖିବାକୁ ପାଇଥାଉ। ହେଲେ ଆପଣ ‘ଯବାନ’ ଶୈଳୀରେ ବିରାଟଙ୍କ ବିଷୟରେ କିଛି କୁହନ୍ତୁ। ଏହାର ପ୍ରତିଉତ୍ତର ରେ ଶାହାରୁଖ ଖାନ ଏକ୍ସ ରେ ପୋଷ୍ଟ ମାଧ୍ୟମରେ କହିଥିଲେ, ‘ମୁଁ ବିରାଟ କୋହଲିଙ୍କୁ ବହୁତ ଭଲ ପାଏ। ସେ ମୋର। ମୁଁ ତାଙ୍କ ମଙ୍ଗଳ ପାଇଁ ସର୍ବଦା ପ୍ରାର୍ଥନା କରେ। ଭାଇ ତ ଆମ ପାଇଁ ଜ୍ବାଇଁ ପରି।’ ଶାହାରୁଖଙ୍କ ଏହି ପୋଷ୍ଟ ଟି ଏବେ ସୋସିଆଲ ମିଡ଼ିଆରେ ଵିରଳ ହେବାରେ ଲାଗିଛି ।