ଖୁବ୍ ଶୀଘ୍ର ରିଲିଜ୍ ହେବ ଜସ୍ମିନ୍ ଭସିନ୍ ଙ୍କ ପଞ୍ଜାବୀ ଫିଲ୍ମ “ହନିମୁନ୍”, ଗିପ୍ପୀ ଗ୍ରେୱାଲଙ୍କ ହୋଇଛନ୍ତି ସ୍ତ୍ରୀ ନୂଆଦିଲ୍ଲୀ ,ଏପ୍ରିଲ 23(ଖବର ଓଡ଼ିଶା) Share story: ଗିପ୍ପୀ ଗ୍ରେୱାଲ ଏବଂ ଜସ୍ମିନ୍ ଭସିନ୍ଙ୍କ ପଞ୍ଜାବୀ ଫିଲ୍ମ “ହନିମୁନ୍” ଆସନ୍ତା ଅକ୍ଟୋବର ୨୨ ତାରିଖ ଦିପାବଳୀ ଦିନ ରିଲିଜ୍ ହେବାକୁ ଯାଉଛି । ଦର୍ଶକ ମାନେ ମଧ୍ୟ ଏହି ଦୁଇ ଜଣ ଅଭିନେତା ଓ ଅଭିନେତ୍ରୀଙ୍କ ରୋମାଣ୍ଟିକ୍ କମେଡ଼ି ଭିଡ଼ିଓ ଦେଖିବା ପାଇଁ ଇଚ୍ଛୁକ ହୋଇ ରହିଛନ୍ତି । ଏହି ଫିଲ୍ମରେ ସୀମା କୌଶଲ, ସର୍ଦ୍ଦାର ସୋହି, ହରବି ସାଙ୍ଗ, କରମଜିତ ଅନମୋଲ, ମଧ୍ୟ ନଜର ଆସିବେ। ବି ପ୍ରକ୍ ଏବଂ ଜାନିଙ୍କ ଦ୍ୱାରା ଏହି ଫିଲ୍ମର ଗୀତ ସୁଟିଂ କରାଯାଇଛି । ଟି-ସିରିଜ୍ ଫିଲ୍ମ ଏବଂ ବାୱେଜା ଷ୍ଟୁଡିଓ ପ୍ରଡକ୍ସନ୍ସର ଫିଲ୍ମ "ହନିମୁନ୍" ରେ ଜିପି ଗ୍ରୁଏଲ୍ ଏବଂ ଜସ୍ମିନ୍ ଭାସିନ୍ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ନରେଶ କଥୁରିୟା ଲେଖିଛନ୍ତି । ଏହି ଫିଲ୍ମର ସୂଟିଂ ଗତ ଜାନୁୟାରୀ ମାସରେ ପଞ୍ଜାବରେ କରାଯାଇଥିଲା । ଯାହାର ଫଟୋ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ମଧ୍ୟ ହୋଇଛି । ଏହି ହନିମୁନ୍ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ଯେ ନୂଆ ଯୋଡ଼ି ଦୀପ୍ ଓ ସୁଖ୍ ଙ୍କ ନୂଆ ନୂଆ ବାହାଘର ହୋଇଛି ଏବଂ ସେମାନେ ହନିମୁନ୍ରେ ଯିବାକୁ ଚାହୁଁଛନ୍ତି । କିନ୍ତୁ ଦୀପ୍ଙ୍କ ପରିବାର ବଡ଼ ଓ ପୁରୁଣାକାଳିଆ ହୋଇଥିବା ବେଳେ ସେମାନେ ଏହି ହନିମୁନ୍ ବିଷୟରେ କିଛି ଜାଣନ୍ତି ନାହିଁ କି କେବେ ନିଜ ଗାଁରୁ ବାହାରକୁ ଯାଇନାହାନ୍ତିଁ । ତେବେ ଏହି ପ୍ରକାରରେ ଲୁଚି କରି ୧୬ ଜଣ ହନିମୁନ୍ ଟ୍ରିପ୍ ରେ ଯାଇଛନ୍ତି । ଏହି ପରି ଭାବରେ ହନିମୁନ୍ ଫିଲ୍ମ ଟି ସୁଟିଂ କରାଯାଇଛି । ଖବର ଓଡ଼ିଶା, Reporter, 23/04/2022