ସାଉଥର ମେଗାଷ୍ଟାର ରଜନୀକାନ୍ତଙ୍କର 250 କେ.ଜିର ମୂର୍ତ୍ତି ତିଆରି କଲେ ତାଙ୍କ ପ୍ରଶଂସକ । ନିଆରା ଢ଼ଙ୍ଗରେ ଅଭିନେତା ରଜନୀକାନ୍ତଙ୍କ ପ୍ରତି ଭଲପାଇବା ଦେଖାଇଲେ ତାଙ୍କ ଫ୍ୟାନ୍ସ । ଏମିତି ତ ଚାରିଆଡ଼େ ସୁପର୍ଷ୍ଟାର ରଜନୀକାନ୍ତଙ୍କ ଅଗଣିତ ଫ୍ୟାନ୍ ମିଳିବେ । ସୋସିଆଲ ମିଡ଼ିଆ ହେଉ କି ବାସ୍ତବ ରେ ରଜନୀକାନ୍ତଙ୍କୁ ତାଙ୍କ ଫ୍ୟାନ୍ସମାନେ ସବୁବେଳେ ଫଲୋ କରିଥାନ୍ତି । ନିକଟରେ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିଥିଲା । ଯାହାକି ବକ୍ସ ଅଫିସ୍ ରେ ଝଡ ଆଣି ଦେଇଥିଲା ।
ଫ୍ୟାନ୍ସମାନେ ଫିଲ୍ମକୁ ଭଲପାଇବା ଦେବା ସହ ଅଭିନେତାଙ୍କ ପ୍ରତି ମଧ୍ୟ ଢ଼େର ସାରା ଭଲପାଇବା ଦଖାଇଥିଲା । ଫିଲ୍ମ ରିଲିଜ ଦିନ ପ୍ରଶଂସକମାନେ ବାଜା ବଜେଇ, ନାଚ-ଗୀତ କରି ସ୍ୱାଗତ କରିଥିଲେ । ତେବେ ଫ୍ୟାନ୍ସମାନଙ୍କ ପାଗଳାମୀ ଏଠାରେ ଶେଷ ହୋଇ ନଥିଲା । ନିକଟରେ କିଛି ପ୍ରଶଂସକ ମିଳିତ ଭାବେ ତାମିଲନାଡୁର ମଦୁରାଇଠାରେ ରଜନୀକାନ୍ତଙ୍କର ଏକ ମନ୍ଦିର ନିର୍ମାଣ କରିଛନ୍ତି । ଏଥିପାଇଁ ଜଣେ ପ୍ରଶଂସକ ନିଜ ଘର ଅଗଣାକୁ ରଜନୀଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି । ମନ୍ଦିରରେ ୨୫୦ କିଲୋ ଓଜନର ରଜନୀକାନ୍ତଙ୍କ ମୂର୍ତ୍ତି ସ୍ଥାନ ପାଇଛି । ଏହି ଖବର ପ୍ରସାର ହେବା ପରଠୁ ଇଣ୍ଟର୍ନେଟ୍ରେ ରଜନୀଙ୍କ ମନ୍ଦିରର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଜଣେ ପ୍ରଶଂସକ ରଜନୀଙ୍କୁ ମାଳା ପିନ୍ଧାଇବା ପରେ ତାଙ୍କର ଅଭିଷେକ କରୁଥିବା ନଜର ଆସିଛନ୍ତି ।
ତେବେ ଏହାକୁ ଦେଖି ଅଭିନେତା ନିଶ୍ଚୟ ଏତେ ଭଲପାଇବା ପାଇ ଗର୍ବ ଅନୁଭବ କରୁଥିବେ । ଅଭିନେତା ରଜନୀକାନ୍ତଙ୍କ ଚମତ୍କାର ଅଭିନୟ 'ଶିବାଜୀ ଦି ବସ୍’, 'ରୋବଟ','ଚନ୍ଦ୍ରମୁଖୀ','2.0' ଆଦି ଫିଲ୍ମରେ ଦେଖି ବାକୁ ମିଳିଛି । ରଜନୀକାନ୍ତ ସବୁବେଳେ ନୂଆ ନୂଆ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କର ମନୋରଞ୍ଜନ କରିବାକୁ ଚେଷ୍ଟା କରିଥାନ୍ତି । ନିକଟରେ ତାଙ୍କ ଅପକମିଙ୍ଗ ଫିଲ୍ମ ‘ଥଲାଇଭାର୍ ୧୭୦’ର ଫାଷ୍ଟ ଲୁକ ସାମ୍ନାକୁ ଆସିଥିଲା । ଏଥିରେ ତାଙ୍କ ଅସହ ଆଭିନେତା ଅମିତାଭ ବଚ୍ଛନଙ୍କୁ ମଧ୍ୟ ଦେଖା ଯିବ । ଏବେ ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ ଚାଲିଛି । ଆସନ୍ତା ବର୍ଷ ପୋଙ୍ଗଲ ପର୍ବ ଅବସରରେ ଏହି ଚଳଚିତ୍ରଟି ପ୍ରେକ୍ଷାଳୟ ଗୁଡ଼ିକରେ ମୁକ୍ତିଲାଭ କରିବ।
ଅଧିକ ପଢ଼ନ୍ତୁ: ସାମ୍ବାଦିକାଙ୍କୁ ମାଡ଼ ମାରିଲେ ଟୁଟୁ ନାୟକ...