ସାମ୍ବାଦିକାଙ୍କୁ ମାଡ଼ ମାରିଲେ ପ୍ରଯୋଜକ ଟୁଟୁ ନାୟକ । ମାଡ଼ ମାରିବା ସହ ସମସ୍ତ ସୀମା ଲଙ୍ଘିଲେ ପ୍ରଯୋଜକ ଟୁଟୁ ନାୟକ । ଜଣେ ମହିଳା ସମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର କରି ଚର୍ଚ୍ଚା ଆସିଛନ୍ତି ଓଡ଼ିଆ ଚଳଚିତ୍ର ଇଣ୍ଡଷ୍ଟ୍ରିର ବେଶ ନାମୀ ପ୍ରଯୋଜକ ଟୁଟୁ ନାୟକ ।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ସ୍ଵାତି ସିନେମା ହଲରେ ଆଜି ଅଭିନେତା ସ୍ୱରାଜ ବାରିକଙ୍କ ଅଭିନୀତ ଫିଲ୍ମ 'ପ୍ରଥା'ର ପ୍ରିମିୟର ରଖା ଯାଇଥିଲା । ଏଥିରେ ଇଟିଭି ର ମହିଳା ସାମ୍ବାଦିକ ଦେବସ୍ମିତା ରାଉତ ମଧ୍ୟ ଏହି ଇଭେଣ୍ଟକୁ କଭର କରିବାକୁ ଯାଇଥିଲେ । ଏହାକୁ ନେଇ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଛନ୍ତି ଦେବସ୍ମିତା ରାଉତ ।
ସେହି ରିପୋର୍ଟରେ ଦେବସ୍ମିତା ଲେଖିଛନ୍ତି ଯେ, ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ମାଡ଼ ମାରିଥିଲେ । କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଖରାପ ଭାଷା ମଧ୍ୟ କହିଥିଲେ । ଟୁଟୁ ନାୟକ ତାଙ୍କୁ ମାରିବା ବେଳେ ତାଙ୍କ ହାତରୁ ତାଙ୍କ ଫୋନ ଏବଂ ବୁମ ଟି ପଡି ଯାଇଥିଲା ।
ଏହାପରେ ଯେତେବେଳେ ସେ ଏହାକୁ ଉଠାଉଥିଲେ ସେତେବେଳେ ଟୁଟୁ ନାୟକ ତାଙ୍କ ପିଠିରେ ମଧ୍ୟ ମାରିଥିବାର ଅଭିଯୋଗ ରହିଛି । ଟୁଟୁ ନାୟକଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦେବସ୍ମିତା ରାଉତ ।