ଫିଲ୍ମ “ପାଗଲପନ୍ତି”ର ଏକ ସିନରେ ଆହତ ହେଲେ ଜନ ଆବ୍ରାହମ, ବନ୍ଦ କରିବାକୁ ପଡ଼ିଲା ସୁଟିଙ୍ଗ
Khabar Odisha:Entertainment-bollywood-odisha-john-abraham-injured-during-shoot-of-movie-pagalpanti
ମୁମ୍ବାଇ,ମେ ୨୫(ଖବର ଓଡ଼ିଶା):

ବଲିଉଡ଼ ଅଭିନେତା ଜନ ଆବ୍ରାହମ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ “ପାଗଲପନ୍ତି”କୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ତାରକା ଜନ ଆବ୍ରାହମ ଏକ ଜଣାଶୁଣା ଆକ୍ସନ ଫିଲ୍ମ ଅଭିନେତା ଭାବେ ପରିଚିତ । ସେ ନିକଟରେ ନିଜ ଆଗାମୀ ଫିଲ୍ମ “ପାଗଲପନ୍ତି”ର ସୁଟିଙ୍ଗରେ ବ୍ୟସ୍ତ ରହିଥିଲେ । କିନ୍ତୁ ଏହି ସୁଟିଙ୍ଗକୁ ବନ୍ଦ କରିବାକୁ ପଡ଼ିଛି ।“ପାଗଲପନ୍ତି”ର ଏକ ସିନ ସୁଟିଙ୍ଗ ସମୟରେ ସେ ଆହତ ହୋଇପଡ଼ିଛନ୍ତି । ଏହି ଅଘଟଣରେ ତାଙ୍କର ହାତରେ ଆଘାତ ଲାଗିଛି । ଡାକ୍ତର ତାଙ୍କୁ ୨୦ଦିନ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ।

ଫିଲ୍ମ “ପାଗଲପନ୍ତି”ର ଅଧା ସୁଟିଙ୍ଗ ଲଣ୍ଡନରେ ହୋଇଛି । ଶେଷ କିଛି ସିନ ମୁମ୍ବାଇରେ କରାଯାଉଛି । ଜନଙ୍କ ଶରୀର ସୁସ୍ଥ ହେଲେ ସୁଟିଙ୍ଗର ଆଗାମୀ ତାରିଖ ବାହାର କରାଯିବ ବୋଲି ସିନେମା ନିର୍ମାତା କହିଛନ୍ତି । ଜୁନ ଶେଷ ମଧ୍ୟରେ ଫିଲ୍ମ ସୁଟିଙ୍ଗ ସାରିବାକୁ ଲକ୍ଷ ରଖାଯାଇଛି । ଏହି ଫିଲ୍ମରେ ଅନୀଲ କପୁର ,ଅରଶଦ ୱାରସୀ, ପୁଲକିତ ସମ୍ରାଟ ,ଇଲିଆନା ଡିକୂଜ ଓ କୃତି ଖରବନ୍ଦା ଆଦି ମୁଖ୍ୟ ଭୂମିକାରେ ନଜର ଆସିବେ ।

  • Tags:

Subscribe

National International State Sports Entertainment