ନୂଆଦିଲ୍ଲୀ, ଜୁନ୍ ୧୦ (ଖବର ଓଡ଼ିଶା): ସମନ୍ଥା ରୁଥ ପ୍ରଭୁ ଜଣେ ଜଣାଶୁଣା ହସ୍ତୀ । କେବଳ ତେଲୁଗୁ ନୁହେଁ ବରଂ ଅନ୍ୟଭାଷାରେ ନିର୍ମିତ ଫିଲ୍ମରେ ମଧ୍ୟ ସେ ଦର୍ଶକ ଓ ପ୍ରଶଂସକଙ୍କ ନିକଟରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏହାର କାରଣ ବୋଧେ ଉଣା ଅଧିକେ ଅନେକ ଜାଣିଥିବେ । ସମନ୍ଥାଙ୍କ ନାମ ସୁପର ଫେମସ ତେଲୁଗୁ ଅଭିନେତା ନାଗାର୍ଜୁନଙ୍କ ପୁଅଙ୍କ ସହିତ ମଧ୍ୟ ଜଡ଼ିତ ଥିଲା । ସମନ୍ଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ପୂର୍ବତନ ପତ୍ନୀ ଥିଲେ ।
ସମନ୍ଥାଙ୍କ ନିକଟରେ ଅନେକଗୁଡ଼ିଏ ବଡ଼ ଫିଲ୍ମ ରହିଛି । ସେ ଡିଜିଟାଲି ମଧ୍ୟ ଅନେକ ପ୍ରକଳ୍ପରେ କାମ କରନ୍ତି । ସମନ୍ଥାଙ୍କ ବ୍ୟାଗରେ ଏବେ ହଲିଉଡ ଫିଲ୍ମ ମଧ୍ୟ ରହିଛି । ଏହାରି ମାଧ୍ୟମରେ ସେ ଏବେ ଗ୍ଲୋବାଲ ସ୍ତରରେ ଡେବ୍ୟୁ କରିପାରନ୍ତି । ସମନ୍ଥା ସବୁବେଳେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ବ୍ରାଣ୍ଡସ୍କୁ ପ୍ରମୋଶନ କରନ୍ତି । ନିକଟରେ ସେ ଇନଷ୍ଟାଗ୍ରାମ୍ରେ ବିକିନ ପ୍ରମୋଶନ କରିଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଭିନେତ୍ରୀଙ୍କୁ ଏହି ପ୍ରମୋଶନ ପାଇଁ କୋଟି କୋଟି ଟଙ୍କା ନେଇଥିଲେ ।
ରିପୋର୍ଟ ଅନୁସାରେ ସମନ୍ଥା ପ୍ରଭୁଙ୍କୁ ଏହି ଇନଷ୍ଟାଗ୍ରାମ ଉପରେ ଏହି ବ୍ରାଣ୍ଡର ଫୋଟୋ ପୋଷ୍ଟ ଓ ପ୍ରମୋଶନ କରିବା ଲାଗି ୨ରୁ ୩ କୋଟି ଟଙ୍କା ମିଳୁଛି । ମାସକୁ ସେ ୨ରୁ ୩ଟି ପୋଷ୍ଟ କରିଥାନ୍ତି । ନିକଟରେ ସମନ୍ଥା ବରବେରୀ ନାଁରେ ଏକ ବ୍ୟାଗକୁ ମଧ୍ୟ ପ୍ରମୋଶନ କରିଥିଲେ । ସମନ୍ଥାଙ୍କୁ ଇନ୍ଷ୍ଟାଗ୍ରାମରେ ୨୩.୯ ମିଲିୟନ ଅନୁସରଣ କରିଥାନ୍ତି । ସେହିପରି ଟୁଇଟରରେ ତାଙ୍କୁ ୯.୮ ମିଲିୟନ ଫଲୋ କରୁଛନ୍ତି ।