ସଂଗୀତ ନିର୍ଦେଶକ ୩ଟି ଅଣ୍ଡା ପାଇଁ ଦେଲେ ୧୬୭୨ ଟଙ୍କା, ବିଲ ହେଲା ଭାଇରାଲ
Khabar Odisha:Entertainment-Music-director-Shekhar-hotel-bill-going-viral-after-he-spent-over-thousand-rupee-for-three-egg

ନୂଆଦିଲ୍ଲୀ, ନଭେମ୍ବର ୧୫ (ଖବର ଓଡ଼ିଶା): ବଲିଉଡ଼ର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ସୁପରହିତ ସଂଗୀତ ଦେଇଥିବା ବିଶାଳ ଶେଖର ଯୋଡିର ଶେଖର ରବିଜାନୀଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଶେଖର ଟୁଇଟରରେ ଏକ ବିଲକୁ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ୩ଟି ଅଣ୍ଡାର ଦର ବନ୍ଧୁମାନଙ୍କୁ ସେୟାର କରିଛନ୍ତି । ଶେଖର ୩ଟି ଅଣ୍ଡାର ବିଲ ପାଇଁ ୧୬୭୨ଟଙ୍କା ଦେଇଛନ୍ତି । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ଏହା ପୂର୍ବରୁ ଚଣ୍ଡିଗନର ଜେଡବ୍ଳୁ ମେରିୟଟ ହୋଟେଲରେ ଅଭିନେତା ରାହୁଲ ବୋସ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ । ଏହା ପରେ ଚଣ୍ଡିଗଡ଼ ଅବକାରୀ ବିଭାଗ ସଂପୃକ୍ତ ହୋଟେଲ ଉପରେ ୨୫ ହଜାର ଟଙ୍କା ଜରିମାନ ଦଣ୍ଡ ଆଦେଶ ଦେଇଥିଲା । ଏହି ଘଟଣା ପରେ କାର୍ତ୍ତିକ ଧର ନାଁରେ ଜଣେ ବ୍ୟକ୍ତି ଏକ ଫଟୋ ସେୟାର କରିଥିଲେ, ଯେଉଁ ଥିରେ ସେ ୨ଟି ସିଝା ଅଣ୍ଡା ପାଇଁ ୧୭୦୦ ଟଙ୍କା ଦେଇଥିବା ଦାବି କରିଥିଲେ । 

 

 

  • Tags:

Subscribe

National International State Sports Entertainment