'ଜୱାନ'ର ସଫଳତା ପରେ ବଲିଉଡ୍ ର କିଙ୍ଗ ଖାନ ଶାହରୁଖ ଖାନ ପୁଣି ଥରେ ଏକ ଦମଦାର ଏଣ୍ଟ୍ରି କରିବେ । ନିକଟରେ 'ଜୱାନ' 400 କୋଟି କ୍ଲବରେ ନାମ ଲେଖାଇବାରେ ସଫଳ ହୋଇଛି ।
ଏହାପରେ ଶାହରୁଖ ଖାନ ତାଙ୍କ ଅପକମିଙ୍ଗ ଫିଲ୍ମ ‘ଡଙ୍କି’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଶାହରୁଖ ଏକ ଇଭେଣ୍ଟରେ ‘ଡଙ୍କି’ ର ରିଲିଜ ଡେଟ ଘୋଷଣା କରିଛନ୍ତି । ସେଠାରେ ଶାହରୁଖ କହିଛନ୍ତି ଯେ, 26 ଜାନୁଆରୀ, ସାଧାରଣତନ୍ତ୍ର ଦିବସରେ ଆମେ ଆମ ଜର୍ଣ୍ଣି ଆରମ୍ଭ କରିଥିଲୁ । ଜନ୍ମାଷ୍ଟମୀ, ଭଗବାନ କୃଷ୍ଣଙ୍କ ଜନ୍ମଦିନ ରେ ଆମେ 'ଜୱାନ' କୁ ରିଲିଜ କରିଥିଲୁ । ଆଗରେ ନୂଆ ବର୍ଷ ଆସିବାକୁ ଯାଉଛି ଏବଂ କ୍ରିସମାସ୍ ମଧ୍ୟ ଅଛି । ସେହି ଅବସରରେ ଆମେ ‘ଡଙ୍କି’ ନେଇ ଆସିବୁ । ଏମିତି ବି ଯେଉଁ ଦିନ ମୁଁ ମୋ ଫିଲ୍ମ ରିଲିଜ କରେ ସେଇ ଦିନ 'ଇଦ୍' ହୋଇଯାଏ । ଏହାସହ ସେ ଏହି ଫିଲ୍ମ ଟିର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମଟି 22 ଡ଼ିସେମ୍ବର 2023 ରେ ରିଲିଜ କରାଯିବ ।
ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ରାଜକୁମାର ହିରାନୀ । ଏହି ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ତାପସୀ ପନ୍ନୁ , ବୋମନ ଇରାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖା ଯିବ । ତେବେ ଏହି ବର୍ଷକୁ ଶାହରୁଖ ଖାନଙ୍କ ବର୍ଷ ବୋଲି କହିପାରିବା । ଏହି ବର୍ଷରେ ଶାହରୁଖ ଖାନଙ୍କ ବ୍ୟାକ ଟୁ ବ୍ୟାକ ଫିଲ୍ମ ଆସିବାରେ ଲାଗିଛି । 'ଜୱାନ'ରେ ଶାହରୁଖ ଖାନଙ୍କ ଅଭିନୟ ଦେଖି ‘ଡଙ୍କି’ କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଏହି ଫିଲ୍ମର ଟ୍ରେଲର ରିଲିଜ ନ ହୋଇଥିବା ବେଳେ ଏହି ଫିଲ୍ମରେ କଣ ନୂଆ ଦେଖିବାକୁ ମିଳିବ ଦର୍ଶକମାନେ ଅନୁମାନ ଲଗଉଛନ୍ତି । ତେବେ 'ପଠାନ' ପରେ 'ଜୱାନ' ଏବଂ ଏବେ ‘ଡଙ୍କି’, ଏହି ଫିଲ୍ମଟି କାହାର ରେକର୍ଡ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା
ଅଧିକ ପଢ଼ନ୍ତୁ: ‘ଜବ ଉଇ ମେଟ-୨’ରେ ପୁଣି ଏକାଠି ହେବେକି ସାହିଦ-କରିନା !