୨୦୦୭ରେ ରିଲିଜ ହୋଇଥିବା ରୋମାଣ୍ଟିକ-କମେଡି ଫିଲ୍ମ 'ଜବ ଉଇ ମେଟ’ ଦର୍ଶକମାନଙ୍କ ମନରେ ଖାସ ଜାଗା କରିଥିଲା । ଅଭିନେତ୍ରୀ କରିନା କପୁର ଖାନ ଓ ସାହିଦ କପୁରଙ୍କ ଅଭିନୟ ଦର୍ଶକଙ୍କୁ ଦିୱାନା କରି ଦେଇଥିଲା । ଏହି ଫିଲ୍ମଟି ବଲିଉଡର ଚର୍ଚ୍ଚିତ ସିନେମା ମଧ୍ୟରୁ ଅନ୍ୟତମ। ଫିଲ୍ମଟି ରିଲିଜ ହେବାର 16 ବର୍ଷ ପରେ ମଧ୍ୟ ଦର୍ଶକମାନେ ଏହି ଫିଲ୍ମଟିକୁ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ଅନ୍ୟ ଫିଲ୍ମର ସିକ୍ୱେଲ ଭଳି ଏହି ସିନେମାର ସିକ୍ବଲ କେବେ ଆସିବ ଦର୍ଶକ ତାହାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ସୂଚନା ଅନୁଯାୟୀ, ଖୁବଶୀଘ୍ର ପରଦାରେ ଫେରିବାକୁ ଯାଉଛି ‘ଜବ ଉଇ ମେଟ’-୨ । ଏହି ଫିଲ୍ମକୁ ରାଜ ମେହଟ୍ଟା ଦ୍ୱାରା ଗାନ୍ଧାର ଫିଲ୍ମସ ବ୍ୟାନରରେ ପ୍ରଡ୍ୟୁସ କରାଯିବ। ‘ଜବ ଉଇ ମେଟ-୨’ ଆସିବାର କିଛି ସଙ୍କେତ ମିଳିବା ପରେ ଦର୍ଶକ ଉତ୍ସାହର ସହ ଅନେକ ପ୍ରକାର ପ୍ରଶ୍ନ କରିଛନ୍ତି। ଯେମିତି କି ‘ଜବ ଉଇ ମେଟ’ରେ ଯେଉଁ ଷ୍ଟାରକାଷ୍ଟମାନେ ଥିଲେ ଏହାର ସିକ୍ୱେଲ ରେ ମଧ୍ୟ ସେହିମାନେ ରହିବେ କି ନାହିଁ । କରିନା ଓ ସାହିଦଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ସେମାନେ ପୁଣିଥରେ ସାଥିରେ ଫିଲ୍ମ କରିବେ କି ନାହିଁ । ଆମେ ଗୀତ ଓ ଆଦିତ୍ୟ ଭୂମିକାରେ ଦେଖିବାକୁ କାହାକୁ ପାଇବୁ? ନିକଟରେ ସାହିଦ କପୁରଙ୍କୁ ସାମ୍ବାଦିକମାନେ କିଛି ପ୍ରଶ୍ନ କରିଥିଲେ। ସେହି ପ୍ରଶ୍ନର ଉତ୍ତର ଦେଇ ସାହିଦ ‘ଜବ ଉଇ ମେଟ-୨’କୁ ନେଇ ସାମାନ୍ୟ ସଙ୍କେତ ଦେଇଥିଲେ। ଯାହାକୁ ଅଧାର କରି ‘ଜବ ଉଇ ମେଟ-୨’ ଆସିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।
ସୂଚନା ଯୋଗ୍ୟ ଯେ, କିଛିଦିନ ପୂର୍ବେ ଦ୍ଵିତୀୟ ଥର ପାଇଁ ‘ଜବ ଉଇ ମେଟ’କୁ ପ୍ରେକ୍ଷାଳୟ ଗୁଡ଼ିକରେ ରିଲିଜ କରାଯାଇ ଥିଲା । ଅଟେ ବର୍ଷ ପରେ ମଧ୍ୟ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଅଭିଯୋଗ