‘କଲ୍କୀ - ୨୮୯୮ଏଡି'ରେ ଦୀପିକା ପାଦୁକୋନଙ୍କର ପୋଷ୍ଟର ଲଞ୍ଚ ହୋଇଛି । ଏହା ହେଉଛି ବହୁ ପ୍ରତୀକ୍ଷିତ ମୁଭି ଭିତରୁ ଅନ୍ୟତମ । ଫିଲ୍ମର ଟ୍ରେଲର ଲଞ୍ଚ ହେବାର ଗୋଟିଏ ଦିନ ପୂର୍ବରୁ ଦୀପିକାଙ୍କ ପୋଷ୍ଟର ରିଲଜ ହୋଇଥିଲା । ଏହି ପୋଷ୍ଟରରେ ଦୀପିକାଙ୍କର ଦେଖିବାକୁ ମିଳିଛି ଦମଦାର ଲୁକ୍ । ଦୀପିକା ଏହି ପୋଷ୍ଟରକୁ ନିଜର ସୋସିଆଲ ମିଡିଆରେ ପୋଷ୍ଟର ଟିକୁ ଶେୟାର କରିଥିଲେ ।
ଏହି ପୋଷ୍ଟର୍ରେ ଦୀପିକା କୌଣସି ଏକ ଦୂରର ଜିନିଷ ଦେଖୁଥିବାର ନଜର ଆସିଛନ୍ତି। ଦୀପିକା ଏକ ବାଦାମୀ ପୋଷାକ ପିନ୍ଧିଥିବାବେଳେ ବ୍ୟାକ୍ଗ୍ରାଉଣ୍ଡ୍ରେ ଏକ ଡାଏଷ୍ଟୋପିଆନ୍ ସହର ଦୃଶ୍ୟମାନ ହେଉଛି।
ପୋଷ୍ଟର ଶେୟାର କରି ଦୀପିକା ପାଦୁକୋନ ଲେଖିଛନ୍ତି, “କାଲି ‘କଲ୍କୀ - ୨୮୯୮ଏଡି'ର ଟ୍ରେଲର୍ ରିଲିଜ୍ ହେବା ସହିତ ଆଶାର କିରଣ ଜାଗ୍ରତ ହୋଇଛି।” ଏହି ପୋଷ୍ଟର୍କୁ ପସନ୍ଦ କରିବାରେ ରଣବୀର ସିଂହ ହେଉଛନ୍ତି ପ୍ରଥମ। ଏହା ସହିତ ସେ ମନ୍ତବ୍ୟ ବିଭାଗରେ “ବୁମ୍ ଷ୍ଟନର୍!” ଲେଖିଛନ୍ତି। ‘କଲ୍କୀ - ୨୮୯୮ଏଡି' ହେଉଛି ଦୀପିକାଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର। ଯଦିଓ ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ।
ଅଧିକା ପଢନ୍ତୁ:ଝିଅ ଭମିକା ସହ ନଜର ଆସିଲେ ବିରାଟ ଓ ଅନୁଷ୍କା