ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଲାଇମଲାଇଟରୁ ଯେତେ ଦୂରରେ ରହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସୋସିଆଲ ମିଡିଆରେ କୋହଲି ଓ ତାଙ୍କ ପରିବାରର ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଚାରି ବର୍ଷ ବିବାହ ପରେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ୧୧ ଜାନୁୟାରୀ ୨୦୧୧ ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଭମିକା ଜନ୍ମ ହେବାର ୩ ବର୍ଷ ବିତିଗଲାଣି, କିନ୍ତୁ ଏହା ସତ୍ତ୍ୱେ ଏହି ଦମ୍ପତି ସେମାନଙ୍କର ଝିଅକୁ ଲାଇମଲାଇଟ ଠାରୁ ଦୁରେଇ ରଖିଛନ୍ତି । ବେଳେବେଳେ ସୋସିଆଲ ମିଡିଆରେ ବିରାଟଙ୍କ ଝିଅର ଫଟୋ କିମ୍ବା ଭିଡିଓ ଅପଲୋଡ଼ ହେବା ପରେ ଫ୍ୟାନ୍ସ ମାନଙ୍କ ମନରେ ଖୁସି ଖେଳିଯାଏ ।
ବର୍ତ୍ତମାନ ନ୍ୟୁୟର୍କରେ ଟି -୨୦ ବିଶ୍ୱକପ ଚାଲିଛି । ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ମ୍ୟାଚ ଓ ଅଭ୍ୟାସ ଶେଷ ହେବା ପରେ କ୍ରିକେଟରମାନେ ନିଜ ପରିବାରକୁ ସମୟ ଦେବାକୁ ଭଲପାଉଥିବାବେଳେ ନ୍ୟୁୟର୍କର ଏକ ହୋଟେଲରୁ ତାଙ୍କ ଝିଅ ସହିତ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।ବିରାଟ କୋହଲିଙ୍କ ଏକ ଫ୍ୟାନ ପେଜରୁ ସେୟାର ହୋଇଥିବା ଏକ ଭିଡିଓରେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ସେମାନଙ୍କର ଛୋଟ ଝିଅ ଭମିକାଙ୍କ ସହ ନଜର ଆସିଛନ୍ତି। କ୍ଲିପ୍ ରେ ଦେଖିବାକୁ ମିଳୁଛି ଯେ ଷ୍ଟାର ଦମ୍ପତି ନିଜ ଝିଅ ହାତ ଧରି ଚାଲି ଚାଲି ଯାଉଛନ୍ତି । ଧଳା ଟପ ଏବଂ ଡେନିମ୍ ଜିନ୍ସରେ ଭମିକା ବେଶ ସୁନ୍ଦର ଦେଖାଯାଉଛନ୍ତି ।
ଅଧିକ ପଢନ୍ତୁ : ୪୯ ବର୍ଷରେ ପାଦ ରଖିଲେ ଏକତା