ପ୍ରଶଂସକଙ୍କୁ ଖୁସି ଖବର ଦେଲେ ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗର୍ଭବତୀ ଥିବା ଦୀପିକା ଘୋଷଣା କରିଛନ୍ତି । ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବା ପରେ ପ୍ରଶଂସକମାନେ ଖୁସିରେ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି । ଗତ କିଛି ଦିନ ପୂର୍ବେ ଦୀପିକା ଏବଂ ରଣବୀର ପିତାମାତା ହେବାକୁ ଯାଉଥିବା ଖବର ଚର୍ଚ୍ଚାରେ ଥିବାବେଳେ, ଏବେ ଏହା ଉପରେ ଉଭୟ ମୋହର ମାରିଛନ୍ତି ।
ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଦୀପିକା ହାତଯୋଡିଥିବା ଲୋକର ଓ ଏଭିଲ ଆଏର ଇମୋଜି ଦେଇଥିବା ଦେଖିବାକୁ ମିଳିଛି। ସେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨୦୨୪। ଦୀପିକା-ରଣବୀର। ଏହି ଫଟୋରେ ଛୋଟ ପିଲାମାନଙ୍କର ପୋଷାକ, ଜୋତା, ବେଲୁନ୍ ଇତ୍ୟାଦିର ଫଟୋ ଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ଫେଲ୍ ମାରିଲା ଡକାୟତି ଯୋଜନା