ଧରଣୀର ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯାଏ ସବୁ । ପ୍ରକୃତିର ସୌନ୍ଦର୍ଯ୍ୟ କୁ ଦେଖି କବି କବିତା ଟିଏ ଲେଖେ ତ ଗାୟକ ଗୀତଟିଏ ବୋଲେ । ବିଭିନ୍ନ ଋତୁକୁ ଦେଖି ପ୍ରକୃତି ବଦଳେୟୀ ଥାଏ ନିଜର ରୂପ ରଙ୍ଗକୁ ନିଜକୁ । ବିଭିନ୍ନ ରୂପରେ ସଜେଇ ସମସ୍ତଙ୍କୁ ଦେଖେଇ ଦିଏ ସେ କେତେ ସୁନ୍ଦରୀ ବୋଲି । ସେହିପରି ପ୍ରକୃତିକୁ ଧଳା ରଙ୍ଗରେ ସଜେଇବାରେ କାଶଦଣ୍ଡି ଫୁଲର ଅନେକ ଅବଦାନ ରହିଛି ।
ତେବେ କାଶତଣ୍ଡୀ ସମ୍ପର୍କରେ ଏକ ପ୍ରଚଳିତ ଲୋକକଥା ମଧ୍ୟ ଶୁଣିବାକୁ ମିଳେ । କୁହାଯାଏ ଯେ କାଶତଣ୍ଡୀ କୁ ପ୍ରେମର ପ୍ରତୀକ ରୂପରେ ମଧ୍ୟ ବିବେଚନା କରାଯାଏ । ଗୋଟିଏ ଅଧାଗଢ଼ା ପ୍ରେମକୁ ବ୍ୟାଖ୍ୟା କରେ କାଶତଣ୍ଡୀ । ନିଜର ରାଜକୁମାର କୁ ପ୍ରାଣ ଭାରି ଭଲ ପାଉଥିବା କାଶତଣ୍ଡୀ ର ପ୍ରେମ ସଫଳ ନ ହେବାରୁ ନିଜର କଥା ଅନୁସାରେ ପ୍ରତିବର୍ଷ ଶରତ ଋତୁରେ ଆସି ନିଜର ପ୍ରେମୀକୁ ଦେଖା କରେ କାଶତଣ୍ଡୀ । ଖୁବ କମ ସମୟ ପାଇଁ ଆସେ ଶତ କିନ୍ତୁ ପ୍ରତି ବର୍ଷ ଆସେ ନିଜର ପ୍ରେମୀ କୁ ଦେଖିବାକୁ । ବର୍ଷର ଏହି ନିର୍ଦ୍ଧିଷ୍ଟ ସମୟରେ କାଶତଣ୍ଡୀ ଆସି ପୁଣି ଫେରିଯାଏ ତାର ରାଇଜକୁ ।
ସାଧାରଣତଃ ଧଳାରଙ୍ଗ ସ୍ନେହ ଶ୍ରଦ୍ଧା ଏବଂ ଶାନ୍ତିର ପ୍ରତୀକ ଅଟେ ।ରଙ୍ଗ ମାନଙ୍କ ମଧ୍ୟରେ ଧଳା ରଙ୍ଗର ନିଜସ୍ୱ ପରିଚୟ ରହିଛି ଏବଂ କାଶଦଣ୍ଡି ର ମଧ୍ୟ ପରିଚୟ ରହିଛି । ଶରତ ଋତୁର ଆଗମରେ କାଶତଣ୍ଡୀ ର ସମ୍ଭାର । ଶରତ ଋତୁରେ ଧରଣୀ କୁ ଧୋବ ଫରଫର ଧଳା ଚାଦରରେ ସଜେଇ ଦିଏ କାଶତଣ୍ଡୀ । କାଶଦଣ୍ଡି ହିଁ ଜଣେଇଦିଏ ଯେ ଜଗତଜନନୀ ଆଦିଶକ୍ତି ମା ଆସୁଛନ୍ତି ବୋଲି । ଧଳା ରଙ୍ଗର ଅପୂର୍ବ ରୂପ କାନ୍ତି ସାଙ୍ଗକୁ ଖିଲି ଖିଲି ହସି ସେ କହେ ଯେ ଦେଖ ମୁଁ ଏକା ଆସିନି ସାଙ୍ଗରେ ଆଣିଛି ମା ଙ୍କୁ । ବିଲ ନଦୀପଠା, ରାସ୍ତାଘାଟ ସବୁଠି କାଶଦଣ୍ଡି ଫୁଟି ନିଜର ଅପୂର୍ବ ସୌଦାଯ୍ୟ କୁ ଦେଖାଉଛି । ପବନ ବି ଆଉ ସାହି ପାରୁନି ତା ସହିତ ଖେଳିବାରେ ଲାଗିପଡ଼ିଛି । ଦେଖୁନାହାନ୍ତି ଖିଲି ଖିଲି ପବନରେ କେମିତି ହସୁଚି କାଶତଣ୍ଡୀ । ହସି ହସି ନିଜର ଖୁସି ବ୍ୟକ୍ତ କରିବା ସହ ଜଣାଇଦେଉଛି ମା ଆସୁଛନ୍ତି ବୋଲି ।